ମଧ୍ୟାହ୍ନ ଭୋଜନରେ ପୋକ ଅଭିଯୋଗ : ଭିଡିଓ ଫଟୋ ଭାଇରାଲ

add-all

ହିଞ୍ଜିଳିକାଟୁ (୨୧/୯) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ସାରୁ ଗ୍ରାମପଚାଂୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବୁଧବାର ଛାତ୍ର ଛାତ୍ରୀଙ୍କ ପାଇଁ ଯୋଗାଣ ହୋଇଥିବା ମଧ୍ୟାହ୍ନ ଭୋଜନରେ ପୋକ ବାହାରିବା ଫଟୋ ଓ ଭିଡ଼ିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ବାରମ୍ବାର ଏପରି ଘଟଣା ଘଟୁଛି ବୋଲି ସ୍କୁଲ ପରିଚାଳନା କମିଟି ଓ ଅବିଭାବକ ମହଲ ରେ ଅଭିଯୋଗ ହୋଇଛି। ତେବେ ଗଣଶିକ୍ଷା ବିଭାଗ ର ଉଚ୍ଚ ଅଧିକାରୀ ଏପରି ଅଭିଯୋଗକୁ ବାରମ୍ବାର ଅଣଦେଖା କରୁଥିବା ମଧ୍ୟ ଅଭିଯୋଗ ହୋଇଛି।
ଘଟଣା ରୁ ପ୍ରକାଶ ଯେ, ଵୁଧବାର ଦିନ ସାରୁ ଗ୍ରାମପଚାଂୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ଆସିଥିବା ମଧ୍ୟାହ୍ନ ଭୋଜନ ଯୋଗାଣ ଖାଦ୍ୟ ବଣ୍ଟନ ବେଳେ ଡାଲମା ରେ ପୋକ ଭାସୁଥିବା ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଥିଲେ। ସେତେବେଳକୁ ଅନେକ ଖାଇ ଦେଇଥିଲେ। କିଛି ଛାତ୍ରଛାତ୍ରୀ ଘରକୁ ଖବର ଦେଇଥିଲେ। ଖବର ପାଇ ପରିଚାଳନା ସଭାପତି ସୁନିଳ କୁମାର ପାଢୀ ଓ ୱାର୍ଡ଼ ମେମ୍ବର ପ୍ରଶାନ୍ତ କୁମାର ପାଢୀ କିଛି ଅଭିଭାବକ ସହ ଵିଦ୍ୟାଳୟରେ ପହଚିଂ ଖାଦ୍ୟ ରେ ପୋକ ଭାସୁଥିବା ଦେଖିଥିଲେ। ଏ ନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ବେହେରା ଙ୍କ ସହ ଆଲୋଚନା କରିଥିଲେ। ଏ ନେଇ ଉଚ୍ଚ ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରଧାନ ଶିକ୍ଷକ ବେହେରା କହିଛନ୍ତି।

ବିଦ୍ୟାଳୟରେ ୩୧୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କିଛି ଦିନ ତଳେ ବିଦ୍ୟାଳୟକୁ ଆସିଥିବା ମଧ୍ୟାହ୍ନ ଭୋଜନରେ ଗୁଡି ଓ ପୋକ ବାହାରିବା ପରେ ସ୍ଥାନୀୟ ଅଭିଭାବକ ଉକ୍ତ ଘଟଣା ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିଲା । ପ୍ରାୟ ୨୦ କିମି ଦୂର ବ୍ରହ୍ମପୁର ଠାରୁ ଏହି ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ବେଳେ ବେଳେ ଖାଦ୍ୟ ଆସୁଥିବା ପାତ୍ରର ଘୋଡ଼ଣୀ ନ ଥିବା ନିମ୍ନ ମାନର ଖାଦ୍ୟ ଯୋଗାଣ ହେଉଛି। ଅଭିଯୋଗ କରାଯାଉଥିଲେ ମଧ୍ୟ ଏହାକୁ ଗୁରୁତ୍ୱ ପ୍ରଦାନ କରାଯାଉନଥିବା ଅବିଭାବକ ମହଲରେ ଅଭିଯୋଗ ହୋଇଛି। ମଧ୍ୟାହ୍ନ ଭୋଜନ ଉକ୍ତ ବିଦ୍ୟାଳୟ ପରିସରରେ ରୋଷେଇ କରାଯାଇ ପିଲାମାନଙ୍କୁ ଖାଇବାକୁ ଦେବାନିମନ୍ତେ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଭାପତି ସୁନିଳ କୁମାର ପାଢୀ, ଉପସଭାପତି ସୀମାଞ୍ଚଳ ସାହୁ, ୱାର୍ଡ଼ ନଂ ସଭ୍ୟ ପ୍ରଶାନ୍ତ କୁମାର ପାଢୀ ପ୍ରମୁଖ ଦାବି କରିଛନ୍ତି।

ad-week
Leave A Reply

Your email address will not be published.