ମୁଣ୍ଡରେ ସୌରଫ୍ୟାନ ଲଗାଇଲେ ଜୁଗାଡ଼ୁ ବାବା

add-all

ନୂଆଦିଲ୍ଲୀ: ଚର୍ଚ୍ଚାରେ ଜୁଗାଡୁ ଲଲ୍ଲୁରାମ। ନିଜ ସମସ୍ୟାର ସମାଧାନ କରିବାକୁ ଯାଇ ଲଲ୍ଲୁରାମ ଯେଉଁ କାମ କରିଛନ୍ତି, ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୋସିଆଲ ମିଡିଆରେ ଏବେ ଜୁଗାଡୁ ଲଲ୍ଲୁରାମଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ନିଜ ମୁଣ୍ଡରେ ସୌର ପଙ୍ଖା ଲଗାଇଥିବା ଦେଖିବାକୁ ମିଳିଛି। ଲଲ୍ଲୁରାମଙ୍କ ଏହି ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏଭଳି କରିବା ପଛର କାରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଛି କି ଗରମରୁ ବଞ୍ଚିବା ପାଇଁ ଲଲ୍ଲୁରାମ ମୁଣ୍ଡରେ ପଙ୍ଖା ଲଗାଇଛନ୍ତି।

ଲଲ୍ଲୁରାମଙ୍କ ବୟସ ୭୭ବର୍ଷ ହୋଇଥିବା ବେଳେ ସେ ଉତ୍ତରପ୍ରଦେଶରେ ଥିବା ଲଖିମପୁର ଖେରୀ ଜିଲ୍ଲାର ବାସିନ୍ଦା। ମିଳିଥିବା ସୂଚନା ମୁତାବକ, ଲଲ୍ଲୁରାମ ଟଙ୍କା ଆୟ କରିବା ପାଇଁ ଘରକୁ ଘର ଯାଇ ଲେମ୍ବୁ ଓ ଫୁଲ ବିକ୍ରି କରନ୍ତି। ହେଲେ ତାପମାତ୍ରା ବଢ଼ିବା ସହ ଖରା ତାପରେ ତାଙ୍କୁ ଲେମ୍ବୁ ଓ ଫୁଲ ବିବିବାକୁ ପଡୁଥିଲା। କଷ୍ଟ ଲାଗୁଥିଲେ ବି ସେ ବାଧ୍ୟ ହୋଇ ଖରାରେ ବୁଲି ବୁଲି ଲେମ୍ବୁ ଓ ଫୁଲ ବିକ୍ରି କରୁଥିଲେ। ହେଲେ ଦିନେ ଅତ୍ୟଧିକ ଖରା ପାଇଁ ତାଙ୍କ ଦେହ ଖରାପ ହେବା ସହ ସେ ଘର ଚଳାଇ ପାରିନଥିଲେ। ଏସବୁ ସମସ୍ୟା ଦେଖି ପ୍ରଥମେ ସେ ଖରାରୁ ବଞ୍ଚିବା ପାଇଁ ମୁଣ୍ଡରେ ଟୋପି ପିନ୍ଧୁଥିବା ବେଳେ ପରେ ସେ ପିନ୍ଧିଥିବା ଟୋପି‌ରେ ସୌର ପଙ୍ଖା ଲଗାଇବାକୁ ଚିନ୍ତା କରିଥିଲେ। ଏହା ପରେ ପରେ ସେ ମୁଣ୍ଡ‌ରେ ପିନ୍ଧୁଥିବା ପ୍ଲାଷ୍ଟିକ ଟୋପି‌ରେ ସୌର ପଙ୍ଖା ଲଗାଇଥିଲେ। ଭାଇରାଲ ହେଉଥିବା ଫଟୋରେ ଲଲ୍ଲୁରାମ ମୁଣ୍ଡରେ ସୌର ପଙ୍ଖା ଲଗାଇଥିବା ଦେଖାଯାଇଥିବା ବେଳେ ପଙ୍ଖାଟି ତାଙ୍କ ମୁହଁ ଆଡକୁ ଥିବା ଦେଖାଯାଇଛି।

ad-week
Leave A Reply

Your email address will not be published.