ନୱାଜଙ୍କ ଭଳି ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ନୀତିଗ୍ରସ୍ତ ନୁହନ୍ତି – ଇମ୍ରାନ ଖାନ୍

add-all

ନୂଆଦିଲ୍ଲୀ: ନୱାଜଙ୍କ ଭଳି ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ନୀତିଗ୍ରସ୍ତ ନୁହନ୍ତି। ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିବାବେଳେ ଦୁର୍ନୀତି ପ୍ରସଙ୍ଗରେ ପାକିସ୍ତାନ ମୁସଲିମ ଲିଗ ନେତା ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ସମାଲୋଚନା କରିଛନ୍ତି।
ସେ କହିଛନ୍ତି ଯେ, ନୱାଜଙ୍କ ଭଳି ବିଶ୍ୱର ଅନ୍ୟ କୌଣସି ରାଜନେତା କିମ୍ବା ନେତାଙ୍କର ବିଦେଶରେ କୋଟି କୋଟି ମୂଲ୍ୟର ସମ୍ପତ୍ତି ନାହିଁ। ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରି ଇମ୍ରାନ ଖାନ କହିଛନ୍ତି, ଯଦି କୌଣସି ଦେଶରେ ଆଇନ ସମତ ଶାସନ ବ୍ୟବସ୍ଥ‌ା ନାହିଁ, ତା’ହେଲେ ସେ ଦେଶରେ କେହି ପୁଞ୍ଜି ନିବେଶ କରିବେ ନାହିଁ। ଆଇନ ସମତ ଶାସନ ବ୍ୟବସ୍ଥ‌ା ନଥିଲେ ଦୁର୍ନୀତି ହୁଏ। ମୋତେ ଗୋଟିଏ ଦେଶ କୁହନ୍ତୁ, ଯେଉଁ ଦେଶରେ ନେତାଙ୍କର ଦେଶ ବାହାରେ କୋଟି କୋଟି ମୂଲ୍ୟର ସମ୍ପତ୍ତି ରହିଛି। ଆମ ପଡୋଶୀ ଦେଶ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭାରତ ବାହାରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି କି? ବିଦେଶରେ ନୱାଜଙ୍କର କେତେ ସମ୍ପତ୍ତି ଅଛି ତାହା କେହି କଳ୍ପନା କରିପାରିବେ ନାହିଁ।
ତେବେ ଚଳିତ ବର୍ଷ ବିରୋଧୀ ଦଳ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହା ପରେ ଇମ୍ରାନ ଖାନଙ୍କ ସରକାରର ପତନ ଘଟିଥିଲା।ତେବେ ସରକାର ହରାଇବା ପରେ ଇମ୍ରାନ ଖାନ ପାକିସ୍ତାନର ବିଭିନ୍ନ ସହରରେ ଅନେକ ସମାବେଶ କରିସାରିଛନ୍ତି। ଏମିତି କି ସେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କ ସରକାରକୁ ଦେଶଦ୍ରୋହୀ ତଥା ଦୁର୍ନୀତିଗ୍ରସ୍ତ ସରକାର ବୋଲି ବର୍ଣ୍ଣନା କରିସାରିଛନ୍ତି।

ad-week
Leave A Reply

Your email address will not be published.