ହିଜାବ ମାମଲାରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

add-all

ନୂଆଦିଲ୍ଲୀ: ହିଜାବ ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଲଗାତାର ୧୦ ଦିନ ଶୁଣାଣି ଚାଲିବା ପରେ ଆଜି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। କର୍ଣ୍ଣାଟକ ହାଇକୋର୍ଟଙ୍କ ହିଜାବ ପ୍ରତିପକ୍ଷ ରାୟ ଏବଂ ତଥା ଏଥିରେ ଧାର୍ମିକ ପ୍ରସଙ୍ଗ ଏବଂ ପିଏଫଆଇର ଭୂମିକାକୁ ନେଇ ଶୁଣାଣି ହୋଇଥିଲା। କର୍ଣ୍ଣାଟକ ହାଇକୋର୍ଟଙ୍କ ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନ ରାୟକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟରେ ଚାଲିଥିବା ୧୦ ଦିନିଆ ଶୁଣାଣିରେ ସଲିସିଟର ଜେନେରାଲ ତୁସାର ମେହେଟ୍ଟା , କର୍ଣ୍ଣାଟକ ଆଡଭୋକେଟ ଜେନେରାଲ ପ୍ରଭୁଲିଙ୍ଗ , କେନ ଭଦିଗି, ଅତିରିକ୍ତ ସଲିସିଟର ଜେନେରାଲ କେଏମ ନଟରାଜ ପ୍ରମୁଖ ରାଜ୍ୟ ପକ୍ଷରୁ ଯୁକ୍ତି ଦର୍ଶାଇଥିଲେ।
ଅପରପକ୍ଷରେ ବରିଷ୍ଠ ଓକିଲ ଦୂଶ୍ୟନ୍ତ ଦେଭ ଏବଂ ସଲମନ ଖୁରସିଦ ମୁସଲମାନ ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥାପନ କରିଥିଲେ। ଗତ ମାର୍ଚ୍ଚ ୧୫ରେ ଶ୍ରେଣୀଗୃହ ଭିତରେ ହିଜାବ ପିନ୍ଧିବା ଅନୁମତି ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଥିଲେ। କୋର୍ଟ କହିଥିଲେ ଯେ ଏହା ଇସଲାମରେ ଧର୍ମର ଏକ ଅଂଶ ନୁହେଁ। ସ୍କୁଲ ଏବଂ କଲେଜଗୁଡ଼ିକରେ ସମାନତା, ଅଖଣ୍ଡତା ଏବଂ ପବ୍ଲିକ ଅର୍ଡ଼ରକୁ କ୍ଷୁର୍ଣ୍ଣ କରୁଥିବାରୁ କର୍ଣ୍ଣାଟକ ସରକାର ଶିକ୍ଷାନୁଷ୍ଠାନରେ ହିଜାବ ବାରଣ କରିଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ଅନେକ ଆବେଦନକାରୀ ସୁପ୍ରିମକୋର୍ଟ ଯାଇଥିଲେ ।

ad-week
Leave A Reply

Your email address will not be published.