ଆନ୍ଧ୍ର ପରେ ଛତିଶଗଡ଼ର ଦାଦାଗିରି : ଓଡିଶା ସୀମା ରେ ଅନୁପ୍ରବେଶ..!

add-all

ମାଲକାନଗିରି : ଓଡ଼ିଶା ସୀମାରେ ଛତିଶଗଡ଼ ଅନୁପ୍ରବେଶ କରିଛି । କେବଳ ଅନୁପ୍ରବେଶ ନୁହେଁ ସୀମା ଚିହ୍ନଟ କରିବାକୁ ପ୍ରାୟ ତିନି କିଲୋମିଟର ଭିତରେ ଜଙ୍ଗଲ ମଧ୍ୟ କାଟିଦେଇଛନ୍ତି। ମାଲକାନଗିରି ଜିଲା ମାଥିଲି ବ୍ଳକ ସୀମାନ୍ତ କମାରପାଲୀରେ ଏଭଳି ଘଟଣା ଦେଖିବାକୁ ମିଳିଛି। କୋଟିଆ ସୀମା ବିବାଦକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ବିବାଦ ନ ତୁଟୁଣୁ ଛତିଶଗଡ଼କୁ ନେଇ ନୂଆ ବିବାଦ ଘନେଇବାରେ ଲାଗିଛି। ଗୁରୁବାର ଛତିଶଗଡ଼ ଚିନ୍ତାଲନାଡ଼ର ଶତାଧିକ ଗ୍ରାମବାସୀ ଓଡ଼ିଶା ସୀମାରେ ପଶି ଶତାଧିକ ଗଛ କାଟି ପଦା କରିଦେଇଛନ୍ତି। ଖବର ପାଇ ମାଥିଲି ତହସିଲଦାର ଏକ ଟିମ୍‌ ଧରି ଘଟଣାସ୍ଥଳରେ ପହଞ୍ଚିବା ସହ ଏପରି କାର୍ଯ୍ୟରୁ ନିବୃତ ରହିବାକୁ ଜନତାଙ୍କୁ ତାଗିଦ କରିଛନ୍ତି। ତେବେ ସୀମା ଚିହ୍ନଟ ପାଇଁ ଗଛ କାଟୁଥିବା କହିଛନ୍ତି ଛତିଶଗଡବାସୀ। ତହସିଲଦାର ଏଥିନେଇ ଲୋକଙ୍କୁ ତାଗିଦ୍‌ କରିବା ସହ ଗଛକଟା ବନ୍ଦ କରାଇଛନ୍ତି। ଏ ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ପୂର୍ବରୁ ମଧ୍ୟ ଅନେକଥର ଛତିଶଗଡ଼ର ଲୋକେ ଓଡ଼ିଶାକୁ ଅନୁପ୍ରବେଶ କରୁଥିବା ନଜିର ରହିଛି। ବେଆଇନ୍‌ ଭାବେ ଛତିଶଗଡ଼ ନିର୍ମାଣ କରିବାକୁ ଥିବା କୋକରାଲ ଡ୍ୟାମ୍‌କୁ ମଧ୍ୟ ସ୍ଥାନୀୟ ବାସିନ୍ଦା ବିରୋଧ କରିଆସୁଛନ୍ତି। ଏହି ସମସ୍ୟା ସମାଧାନ ପାଇଁ ଏକ ଦ୍ବିପାକ୍ଷିକ ବୈଠକ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.