କାଲିପଦରକୁ ଯାତ୍ରୀବାହୀ ବସ ଚଳାଚଳ ପାଇଁ ଗ୍ରାମବାସୀ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ଗ୍ରାମ ଦେଇ ଏକ ଯାତ୍ରୀବାହୀ ବସ କାଲିପଦର ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଉଛି । ସେଠାରୁ ମେଡ୍ଡୁ ଓ ବରଦାଖୋଲ୍ ଦେଇ ଗଲେ ଆଉ ୫ କିମି ପରେ ଚକାପାଦ ପଡ଼ିବ । ତେଣୁ ଫୁଲବାଣୀରୁ ଦଳପଡା ଦେଇ ଚକାପାଦ ଗଲେ ମାତ୍ର ୪୫ରୁ ୫୦ କିମି ପଡିବ।ଫୁଲବାଣୀରୁ ଟିକାବାଲି ଦେଇ ଚକାପାଦ ଗଲେ ପ୍ରାୟ ୭୦ କିମି ପଡ଼ୁଚି । ତେଣୁ ୫ କିମି ଘାଟି ରାସ୍ତା ନିର୍ମାଣ କରିବାକୁ ଗ୍ରାମ ବାସୀ ଦାବୀ କରିଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟରେ କାଳୀ ପଦର୍ ଗାଁରୁ ଲୋକମାନେ ଫୁଲବାଣୀ ଆସିବାକୁ ହେଲେ ଅଟୋ ରେ ଖଜୁରିପଡା ଆସି ବସ ଧରିବାକୁ ପଡୁଛି। ଏକ ଘରୋଇ ବସ କାଳୀ ପଦର୍ ପର୍ଯ୍ୟନ୍ତ ଚଳାଚଳ କରିବ। ସହିତ ରାସ୍ତା ନିର୍ମାଣ କରି ଚକାପାଦ ପର୍ଯ୍ୟନ୍ତ ସଂଯୋଗ କରିବାକୁ ଗ୍ରାମବାସୀ ଦାବି କରୁଛନ୍ତି ।

ad-week
Leave A Reply

Your email address will not be published.