ଜୁଆ ଆଡ୍ଡା ଚଢାଉ ବେଳେ ସାତ ଗିରଫ, ଅନେକ ଫେରାର

add-all

ଚିକିଟି : ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ଅନ୍ତର୍ଗତ ଚାନ୍ଦପୁର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପଛପଟେ ଚାଲିଥିବା ଜୁଆ ଆଡ୍ଡା କୁ ପୋଲିସ ଶନିବାର ଚଢାଉ କରିଛି। ସେଠାରେ ସାତ ଜଣ ଜୂଆଡି କୁ କାବୁ କରିଥିଲେ ମଧ୍ୟ ଅନେକ ଖସି ପଳେଇ ଯିବାରେ ସଫଳ ହୋଇଥିଲେ। ଉକ୍ତ ଜାଗା ରେ ଦୀର୍ଘ ଦିନ ହେବ ଜୁଆ ଆଡ୍ଡା ଚାଲିଥିଲେ ମଧ୍ୟ ଶନିବାର ସୁରେଶ ଚନ୍ଦ୍ର ମୁର୍ମୁ ଙ୍କ ନେତୃତ୍ୱ ରେ ସଦଳ ବଳେ ଚାରିପଟେ ଘେରି ଯାଇଥିଲେ।ପୋଲିସର ଅନେକ ଚେଷ୍ଟା ବଳରେ ଘଟଣା ସ୍ଥଳରୁ ସାତ ଜଣ ଜୁଆଡି ଙ୍କୁ ଗିରଫ କରାଯିବା ସହ 12 ହଜାର 500 ଟଙ୍କା ମଧ୍ୟ ଜବତ୍ ହୋଇଛି। କେସ ନମ୍ବର 252 ରେ ମାମଲା ରୁଜୁ କରି ପୋଲିସ ଅନୁସନ୍ଧାନ ଜାରି ରଖିଛି।

ad-week
Leave A Reply

Your email address will not be published.