ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟଦାନ୍ ମହମ୍ମଦଙ୍କ ପରଲୋକ

add-all

ତିରୁଅନନ୍ତପୁରମ୍: କେରଳର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟଦାନ୍ ମହମ୍ମଦଙ୍କ ପରଲୋକ ଘଟିଛି। ରବିବାର କୋଝିକୋଡସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ୮୭ ବର୍ଷୀୟ ଆର୍ଯ୍ୟଦାନ୍ ​‌ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ତିନିଥର ମନ୍ତ୍ରୀ ହୋଇଥିବା ମହମ୍ମଦ ଗତ ଏକ ସପ୍ତାହ ଧରି କୋଝିକୋଡସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। କେରଳର ପୂର୍ବତନ ମନ୍ତ୍ରୀ ଆଠ ଥର ବିଧାୟକ ଥିଲେ, ଯିଏକି କେରଳ ମଲପ୍ପୁରମ ଜିଲ୍ଲାର ନୀଲାମ୍ବୁର ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ।

ad-week
Leave A Reply

Your email address will not be published.