ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ: ଭୁବନେଶ୍ବରରେ ପହଞ୍ଚିଲେ ଭିଲ୍‌ୱାରା କିଙ୍ଗ୍ସ ଓ ମଣିପାଲ ଟାଇଗର୍ସ

add-all

ଭୁବନେଶ୍ବର:: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଏକ ଲିଗ୍‌ ମ୍ୟାଚ ସେପ୍ଟେମ୍ବର ୨୬ରେ ଖେଳାଯିବ। ଏଥି ପାଇଁ ବାରବାଟୀ ଷ୍ଟାଡ଼ିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ଲିଜେଣ୍ଡ୍ସ ଲିଗ କ୍ରିକେଟରେ ଅଂଶ ଗ୍ରହଣ କରିବାକୁ ଥିବା ୨ଟି ଟିମ ଆଜି ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି। ଲିଜେଣ୍ଡସ୍‌ ଲିଗ କ୍ରିକେଟର ୨ଟି ଟିମ୍‌ ଭିଲ୍‌ୱାରା କିଙ୍ଗ୍ସ ଓ ମଣିପାଲ ଟାଇଗର୍ସ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଏହାପରେ ଏହି ୨ଟିମର ଖେଳାଳୀ ସିଧାସଳଖ ହୋଲେଟ ମେ ‌ଫେୟାରକୁ ଯାଇଥିଲେ। ହୋଟେଲ ମେ ଫେୟାରରେ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା।

ସୂଚନାଯୋଗ୍ୟ, ବାରବାଟୀରେ ସେପ୍ଟେମ୍ବର ୨୬ରୁ ୨୯ ପର୍ୟ୍ୟନ୍ତ ତିନୋଟି ଲିଗ୍‌ ପର୍ୟ୍ୟାୟ ମ୍ୟାଚ ଖେଳାଯିବ। ସେପ୍ଟେମ୍ବର ୨୬ରେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବାକୁଥିବା ବେଳେ ୨୭ ତାରିଖରେ ଗୁଜୁରାଟ ଜିଆଣ୍ଟ୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ଦ୍ବିତୀୟ ମ୍ୟାଚ ଏବଂ ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ତୃତୀୟ ଲିଗ୍‌ ମ୍ୟାଚ ‌ବାରବାଟୀରେ ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୫ ତାରିଖରେ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟ୍ବେଣ୍ଟି-୨୦ର ଫାଇନାଲ୍‌ ମ୍ୟାଚ ଖେଳାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ad-week
Leave A Reply

Your email address will not be published.