୪୫ ୟୁଟ୍ୟୁବ୍ ଭିଡିଓ ନିଷିଦ୍ଧ

add-all

ନୂଆଦିଲ୍ଲୀ : ସାମ୍ପ୍ରଦାୟିକ ସଦ୍‌ଭାବ ଓ ଧାର୍ମିକ ସଂପ୍ରଦାୟ ବିରୋଧରେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ମାଧ୍ୟମରେ ବିପଦ ସୃଷ୍ଟି କରୁଥିବା ୪୫ଟି ୟୁଟ୍ୟୁବ୍‌ ଭିଡିଓକୁ ନିଷିଦ୍ଧ କରିବା ଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମକୁ ନିର୍ଦେଶ ଦେଇଛନ୍ତି । ୧୦ଟି ୟୁଟ୍ୟୁବ୍ ଚାନେଲରେ ପ୍ରସାରିତ ହୋଇଥିବା ଏହି ୪୫ଟି ଭିଡିଓର ୧କୋଟି ୩୦ଲକ୍ଷ ଦର୍ଶକ ରହିଛନ୍ତି । ଗୁଇନ୍ଦା ସୂଚନା ଆଧାରରେ ୟୁଟ୍ୟୁବ୍ ଭିଡିଓଗୁଡିକୁ ନିଷିଦ୍ଧ କରିବା ଲାଗି ସେପ୍ଟେମ୍ବର ୨୩ରେ ସରକାର ନିଷ୍ପତ୍ତି ନେଇଥିଲେ। ଭିଡିଓ ପ୍ରସାରଣ କରିଥିବା ୧୦ଟି ୟୁଟ୍ୟୁବ୍ ଚାନେଲକୁ ମଧ୍ୟ ନିଷିଦ୍ଧ କରିବା ଲାଗି ସରକାର ୟୁଟ୍ୟୁବ୍ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରସାରିତ ହୋଇଥିବା ଭିଡିଓରେ ମିତ୍ର ରାଷ୍ଟ୍ରଗୁଡିକ ସହିତ ଶତ୍ରୁତା ସୃଷ୍ଟି କରିବା ଭଳି ତଥ୍ୟ ପ୍ରସାରିତ ହୋଇଛି। ଯାହା ଜାତୀୟ ସ୍ବାର୍ଥ ବିରୋଧୀ।

ad-week
Leave A Reply

Your email address will not be published.