ଆଜିଠୁ ସୁପ୍ରିମକୋର୍ଟଙ୍କ ଶୁଣାଣିର ହେବ ଲାଇଭ ଷ୍ଟ୍ରିମିଂ

add-all

ନୂଆଦିଲ୍ଲୀ: ଆଜିଠୁ ସୁପ୍ରିମକୋର୍ଟଙ୍କ ଶୁଣାଣିର ହେବ ଲାଇଭ ଷ୍ଟ୍ରିମିଂ। ସୁପ୍ରିମକୋର୍ଟଙ୍କ ନିଜସ୍ୱ ପ୍ଲାଟଫର୍ମରେ ହେବ ଏହି ସିଧାପ୍ରସାରଣ। ପ୍ରାରମ୍ଭିକ ଭାବେ ସାମ୍ବିଧାନିକ ଖଣ୍ଡପୀଠଙ୍କ ଶୁଣାଣିର ଲାଇଭ ଷ୍ଟ୍ରିମିଙ୍ଗ ହେବ। ନିଜସ୍ୱ ପ୍ଲାଟଫର୍ମ ପ୍ରସ୍ତୁତ ହେବା ପୂର୍ବରୁ ୟୁଟ୍ୟୁବରେ ଏହାର ବର୍ତ୍ତମାନ ସିଧାପ୍ରସାରଣ ହେବ ବୋଲି ସୂଚନା ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ।

ପୂର୍ବରୁ ଓଡିଶା ହାଇକୋର୍ଟଙ୍କ ସମେତ ବିଭିନ୍ନ ହାଇକୋର୍ଟଙ୍କ ଶୁଣାଣିର ଲାଇଭ ଷ୍ଟ୍ରିମିଂ ହେଉଛି। ଚଳିତ ବର୍ଷ ଅଗଷ୍ଟ ୨୬ରେ ପୂର୍ବତନ ପ୍ରଧାନ ବିଚାରପତି ଏନ ଭି ରମନାଙ୍କ ଅବସର ଦିନ ତାଙ୍କ ଖଣ୍ଡପୀଠଙ୍କ ଶୁଣାଣିର ଲାଇଭ ଷ୍ଟ୍ରିମିଂ ହୋଇଥିଲା।ଏକ ମାମଲାର ଶୁଣାଣି କରି ୪ ବର୍ଷ ତଳେ ପ୍ରୋସିଡିଙ୍ଗର ଲାଇଭ ଷ୍ଟ୍ରିମିଂ ପାଇଁ ନିଷ୍ପତ୍ତି ନେଇଥିଲେ ସୁପ୍ରିମକୋର୍ଟ।

ad-week
Leave A Reply

Your email address will not be published.