ଭୂଅର୍ଜନ ଅଧିକାରୀଙ୍କୁ ଝାଡ଼ୁରେ ପିଟିଲେ ମହିଳା

youtube

ନୟାଗଡ଼ : ଭୂଅର୍ଜନ ଅଧିକାରୀଙ୍କୁ ଝାଡ଼ୁରେ ପିଟିଲେ ମହିଳା l ମହିଳାଙ୍କ ଝାଡ଼ୁ ମାଡ଼ରେ ସେ ଆହତ ହୋଇଛନ୍ତି। ଆଜି ନୟାଗଡ଼ ସହରରେ ଘଟିଛି ଏହି ଘଟଣା।

ମହିଳାଙ୍କ ଝାଡ଼ୁ ମାଡ଼ରେ ଆହତ ହୋଇ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏହି ଭୂଅର୍ଜନ ଅଧିକାରୀଙ୍କ ନାଁ ସଞ୍ଜୟ ପ୍ରତିହାରୀ। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପର ଭୂଅର୍ଜନ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ପ୍ରତିହାରୀଙ୍କୁ ନୟାଗଡ଼ସ୍ଥିତ ତାଙ୍କ କାର୍ଯ୍ୟାଳୟରେ ପଶି ଝାଡୁରେ ନିସ୍ତୁକ ପିଟିଛନ୍ତି କିଛି ମହିଳା।

ଅଭିଯୋଗ ଅନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକଙ୍କ ଚାଷଜମି ଅଧିଗ୍ରହଣ କରିଛି ରେଳ ବିଭାଗ। ହେଲେ ସେମାନେ ଜମି ବାବଦକୁ ପାଇଥିବାକୁ ଥିବା ଅର୍ଥ ପ୍ରଦାନରେ ବହୁ ବିଳମ୍ବ ହେଉଛି। କ୍ଷତିପୂରଣ ପାଇଁ ବାରମ୍ବାର ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହେବା ପରେ ଆଜି ଲୋକେ ଏଭଳି ଏକ ନିଷ୍ପତ୍ତି ନେଇଥିଲେ। କିଛି ମହିଳା ଭୂଅର୍ଜନ ଅଧିକାରୀ ଶ୍ରୀ ପ୍ରତିହାରୀଙ୍କୁ ପିଟିଥିଲେ। ସେମାନେ ଝାଡ଼ୁ ଓ ଜୋତାରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହା ବି ଅଭିଯୋଗ ହୋଇଛି ଯେ କ୍ଷତିପୂରଣ ଦେବାକୁ ଶ୍ରୀ ପ୍ରତିହାରୀ ଜମିହରାଙ୍କୁ ଲାଞ୍ଚ ମାଗୁଥିଲେ। ମହିଳାଙ୍କ ମାଡ଼ରେ ଆହତ ହୋଇଛନ୍ତି ଭୂଅର୍ଜନ ଅଧିକାରୀ। ତାଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.