କୁଶିୟାରା ନଦୀରୁ ଉଭୟ ଭାରତ ଓ ବାଂଲାଦେଶ ଉଠାଇ ପାରିବେ ୧୫୩ କ୍ୟୁସେକ ପର୍ଯ୍ୟନ୍ତ ପାଣି

add-all

ନୂଆଦିଲ୍ଲୀ: ଉଭୟ ଭାରତ ଏବଂ ବାଂଲାଦେଶ ସୀମା ଦେଇ ଅତିକ୍ରମ କରିଥିବା କୁଶିୟାରା ନଦୀରୁ ପ୍ରତ୍ୟେକ ପକ୍ଷ ୧୫୩ କ୍ୟୁସେକ ପର୍ଯ୍ୟନ୍ତ ପାଣି ଉଠାଇବା ସଂକ୍ରାନ୍ତ ରାଜିନାମା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଆଜି ମଞ୍ଜୁରି ପ୍ରଦାନ କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ସେହି ରାଜିନାମା ପ୍ରସ୍ତାବକୁ ପିଛିଲା ଭାବେ ମଞ୍ଜୁର କରିଛନ୍ତି, ଯାହା ଅଧୀନରେ ଉଭୟ ଭାରତ ଏବଂ ବାଂଲାଦେଶ ସୀମା ଦେଇ ଯାଇଥିବା କୁଶିୟାରା ନଦୀରୁ ପ୍ରତ୍ୟେକ ପକ୍ଷ ୧୫୩ କ୍ୟୁସେକ ପର୍ଯ୍ୟନ୍ତ ପାଣି ଉଠାଇ ପାରିବେ।
ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ଏବଂ ବାଂଲାଦେଶର ଜଳ ସମ୍ପଦ ମନ୍ତ୍ରାଳୟ ମଧ୍ୟରେ ୬ ଡିସେମ୍ବର ୨୦୨୨ରେ ଏହି ରାଜିନାମା (ଏମଓୟୁ) ସ୍ବାକ୍ଷରିତ ହୋଇଥିଲା। ଏହି ରାଜିନାମା ଅନୁଯାୟୀ, ଅଣମୌସୁମୀ ଋତୁ (୦୧ ନଭେମ୍ବର ଠାରୁ ୩୧ ମଇ ପର୍ଯ୍ୟନ୍ତ)ରେ ଉଭୟ ଦେଶର ସୀମା ଦେଇ ଅତିକ୍ରମ କରିଥିବା କୁଶିୟାରା ନଦୀରୁ ଦୁଇ ଦେଶ ୧୫୩-୧୫୩ କ୍ୟୁସେକ୍ ପର୍ଯ୍ୟନ୍ତ ପାଣି ନେଇପାରିବେ, ଯାହାଫଳରେ ଭାରତ ଓ ବାଂଲାଦେଶ ନିଜ ନିଜର ଖର୍ଚ୍ଚ ଯୋଗ୍ୟ ଜଳ ଆବଶ୍ୟକତା ପୂରଣ କରିପାରିବେ ।
ଏହି ରାଜିନାମା ବଳରେ ଅଣମୌସୁମୀ ଋତୁ (୦୧ ନଭେମ୍ବର ଠାରୁ ୩୧ ମଇ ପର୍ଯ୍ୟନ୍ତ)ରେ ଆସାମ ନିଜର ଖର୍ଚ୍ଚ ଆବଶ୍ୟକତା ପୂରଣ କରିବା ଲାଗି ଉଭୟ ଦେଶର ସୀମା ଦେଇ ପ୍ରବାହିତ କୁଶିୟାରା ନଦୀର ଅବବାହିକାରୁ ପାଣି ନେଇପାରିବ । ଅଣମୌସୁମୀ ଋତୁ ସମୟରେ ଦୁଇ ଦେଶ ନିଜ ନିଜ ପକ୍ଷରୁ ଜଳ ନିଷ୍କାସନ ସ୍ଥିତିର ଅନୁଧ୍ୟାନ କରିବା ଲାଗି ଏକ ମିଳିତ ନିରୀକ୍ଷଣ ଦଳ ଗଠନ କରିବେ ।

ad-week
Leave A Reply

Your email address will not be published.