ଅକ୍ଟୋବର ୨୦୨୩ରୁ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବେ ସରକାର

add-all

ନୂଆଦିଲ୍ଲୀ: ଅକ୍ଟୋବର ୨୦୨୩ରୁ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବେ ସରକାର। କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ସୂଚନା ଦେଇଛନ୍ତି ଯେ, କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବା ପ୍ରସ୍ତାବକୁ ସରକାର ଏକ ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଅକ୍ଟୋବର ୨୦୨୨ରୁ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର। ଏବେ ଏହାକୁ ଅକ୍ଟୋବର ୧, ୨୦୨୩ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ସରକାର। ବିଶ୍ୱ ଯୋଗାଣ ଶୃଙ୍ଖଳାରେ ସମସ୍ୟା ଯୋଗୁଁ ୬ଟି ଏୟାରବ୍ୟାଗ ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି।
ଏହା ପୂର୍ବରୁ ମୋଟର ଯାନରେ ବସିଥିବା ଯାତ୍ରୀମାନଙ୍କୁ ପାର୍ଶ୍ୱବର୍ତ୍ତୀ ଧକ୍କା ବା ଦୁର୍ଘଟଣା ପ୍ରଭାବରୁ ସୁରକ୍ଷିତ ରଖିବା ଲାଗି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ (ସିଏମଭିଆର) ୧୯୮୯ରେ ସଂଶୋଧନ ଅଣାଯାଇ ସୁରକ୍ଷା ବୈଶିଷ୍ଟ୍ୟରେ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା।ଏନେଇ ଅକ୍ଟୋବର ପହିଲା ୨୦୨୨ ପରେ ନିର୍ମିତ ଏମ୧ ବର୍ଗର ବାହାନଗୁଡ଼ିକରେ ଦୁଇ ପାର୍ଶ୍ୱ / ସାଇଡ ଟର୍ସୋ ଏୟାର ବ୍ୟାଗ ଏବଂ ଦୁଇ ପାର୍ଶ୍ୱ ପରଦା/ଟ୍ୟୁବ ଏୟାର ବ୍ୟାଗ ଲଗାଇବା ବାଧ୍ୟତାମୂଳକ ହେବ ବୋଲି କୁହାଯାଇଥିଲା।
ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଜାନୁଆରି ୧୪, ୨୦୨୨ରେ ଏକ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଥିଲା ଯେ, ଗାଡ଼ିର ଆଗ ଧାଡ଼ିରେ ଆଉଟବୋର୍ଡ ସିଟିଂ ପୋଜିସନ ବା କଡ଼ ସିଟରେ ବସୁଥିବା ଦୁଇଜଣ ବ୍ୟକ୍ତିଙ୍କ ପାଇଁ ଗୋଟିଏ ଲେଖାଏଁ ଦୁଇ ପାର୍ଶ୍ୱ / ସାଇଡ ଟର୍ସୋ ଏୟାର ବ୍ୟାଗ ଲଗାଯିବ। ସେହିପରି ପଛ କଡ଼ ସିଟରେ ବସୁଥିବା ପ୍ରତ୍ୟେକଙ୍କ ପାଇଁ ଦୁଇ ପାର୍ଶ୍ୱ ପରଦା/ଟ୍ୟୁବ ଏୟାର ବ୍ୟାଗ ଲଗାଯିବ। ୮ଟି ସିଟ୍ ଥିବା କାରରେ ୬ଟି ଏୟାରବ୍ୟାଗ ସୁବିଧା ରହିବ ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.