
ଅହମଦାବାଦ: ସଂପ୍ରତି ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ତେବେ, ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ବିରଳ ଘଟଣାକ୍ରମରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ଉଦ୍ଦେଶ୍ୟରେ ନିଜ ‘କାରକେଡ୍’କୁ ଅଟକାଇ ଦେଇଥିଲେ। ଏହି ଘଘଟଣା ଏବେ ଚର୍ଚାର ବିଷୟ ପାଲଟିବା ସହ ପିଏମ ମୋଦୀଙ୍କ ସମ୍ବେଦନଶୀଳତାର ପ୍ରମାଣ ଦେଉଛି।
ରିପୋର୍ଟରୁ ପ୍ରକାଶ, ଆଜି ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧୀନଗରରୁ ସଡ଼କ ପଥରେ ଅହମ୍ମଦାବାଦ ଅଭିମୁଖେ ଯାଉଥିଲେ ସେହିସମୟରେ ବାଟରେ ଏକ ଆମ୍ବୁଲାନ୍ସ ଦେଖିଲେ, ଏବଂ ସଙ୍ଗେ ସଙ୍ଗେ ତାଙ୍କ ‘କାରକେଡ୍’କୁ ସେହିଠାରେ ଅଟକାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ଏହି ସମୟର ଭିଡିଓକୁ ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ତାଙ୍କ ଟ୍ୱିଟର ହାଣ୍ଡଲରେ ସେୟାର କରିଛନ୍ତି । ଆଉ ସେଥିରେ ସେ ଲେଖିଛନ୍ତି, ଲୋକଙ୍କ ସରକାର… ଗାନ୍ଧୀନଗରରୁ ଅହମ୍ମଦାବାଦ ଯିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଗାଡିକୁ ଆମ୍ବୁଲାନ୍ସକୁ ଯିବା ପାଇଁ ଅଟକାଇ ଥିଲେ । କେହି ସେହି ସମୟର ଦୃଶ୍ୟକୁ ସେ ଭିଡିଓରେ କଏଦ କରିଥିଲେ।
ଉଲ୍ଲେଖଯୋଗ୍ୟ, ବିଧାନସଭା ନିର୍ବାଚନ ପୂର୍ବରୁ ୨୯ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବାକୁ ନିଜ ରାଜ୍ୟ ଗୁଜୁରାଟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଶୁକ୍ରବାର ଦିନ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖେଇ ଏହାର ଶୁଭାରମ୍ଭ କରିବା ସହ ଏଥିରେ ଯାତ୍ରା ମଧ୍ୟ କରିଥିଲେ ।