ବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣ, ୧୦୦ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ

add-all

କାବୁଲ: ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ବୋମା ବିସ୍ଫୋରଣ ଘଟଣା ହ୍ରାସ ପାଇବାର ନାମ ନେଉନାହିଁ। ଆଜି ରାଜଧାନୀ କାବୁଲର ଏକ ବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣରେ ଅତି କମରେ ୧୦୦ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବିସ୍ପୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଶିଶୁମାନଙ୍କର ଖଣ୍ଡବିଖଣ୍ଡ ଅଙ୍ଗପ୍ରତ୍ୟଙ୍ଗ ବିଦ୍ୟାଳୟର ଚାରିପାଖରେ ଛିଟିକି ହୋଇପଡ଼ିଥିଲା | ରିପୋର୍ଟ ଅନୁଯାୟୀ କାବୁଲ ସହରର ପଶ୍ଚିମ ଦସତ-ଇ-ବାରଚି ଅଞ୍ଚଳର କାଜ ସ୍କୁଲରେ ଏହି ବିସ୍ଫୋରଣ ଘଟିଛି।
ତେବେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପରିଚୟ ମିଳିନଥିବାବେଳେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ | ଆଜି ବିଦ୍ୟାଳୟରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏକତ୍ରିତ ହୋଇଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା | ଜଣେ ସ୍ଥାନୀୟ ସାମ୍ବାଦିକଙ୍କ କହିବାନୁସାରେ, ଏହି ଘଟଣାରେ ଅଧିକାଂଶ ଛାତ୍ରଙ୍କର ମୃତ୍ୟୁ ହୋଇଯାଇଛି | ଏହି ଛାତ୍ରମାନେ ମୁଖ୍ୟତଃ ହଜାରା ସମ୍ପ୍ରଦାୟର ଥିବାବେଳେ ସେମାନଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା | ତେବେ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି |

ad-week
Leave A Reply

Your email address will not be published.