ରୁଷ୍‌ ବିରୋଧରେ ଭୋଟିଂରୁ ବିରତ ରହିଲା ଭାରତ

add-all

ନୂଆଦିଲ୍ଲୀ ୦୧।୧୦ : ପୁଣି ଥରେ ରୁଷ୍‌ ବିରୋଧରେ ଭୋଟିଂରୁ ବିରତ ରହିଲା ଭାରତ । ଜାତିସଂଘ ସୁରକ୍ଷା ପରିଷଦରେ ରୁଷ ବିରୋଧରେ ଭୋଟିଂରୁ ବିରତ ରହିଲା ଭାରତ। ମାତ୍ର ୧୦ଟି ଦେଶ ନିନ୍ଦା ପ୍ରସ୍ତାବକୁ ସମର୍ଥନ କରିଥିଲେ।

ୟୁକ୍ରେନର ୪ଟି ଅଞ୍ଚଳକୁ ରୁଷ ନିଜ ଦେଶରେ ମିଶାଇବା ବିରୋଧରେ ଆମେରିକା ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦରେ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା। ଯାହାକୁ ଭାରତ, ଚୀନ ସମେତ ୪ଟି ଦେଶ ରୁଷ ବିରୋଧରେ ଏହି ଭୋଟିଂରୁ ଦୂରେଇ ରହିଛନ୍ତି। ରୁଷ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହୋଇଥିବାରୁ ନିନ୍ଦା ପ୍ରସ୍ତାବକୁ ଭିଟୋ କରିଥିଲା। ତେଣୁ ନିନ୍ଦା ପ୍ରସ୍ତାବ ଜାତିସଂଘ ସୁରକ୍ଷା ପରିଷଦରେ ଗୃହୀତ ହୋଇପାରିନାହିଁ। ଭାରତ, ଚୀନ୍ , ବ୍ରାଜିଲ ଓ ଗ୍ୟାବନ୍ ମତଦାନ ଠାରୁ ଦୂରେଇ ରହିଥିଲେ। ୟୁକ୍ରେନରେ ୪ଟି ଅଞ୍ଚଳକୁ ରୁଷିଆରେ ମିଶାଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସାରା ବିଶ୍ବକୁ ଏକ ବଡ଼ ଝଟକା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ୟୁକ୍ରେନର ୪ଟି ଅଞ୍ଚଳ ରୁଷରେ ମିଶିଥିବା ନେଇ ଘୋଷଣା କରିଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଦକ୍ଷିଣ-ପୂର୍ବ ୟୁକ୍ରେନର ଡୋନଟସ୍କ, ଲୁହାନସ୍କ, ଜାପୋରିଜିୟା ଓ ଖେରସାନ ଅଞ୍ଚଳ ଋଷରେ ମିଶିଲା ବୋଲି ପୁଟିନ ଘୋଷଣା କରିଥିଲେ। ଏଥିପାଇଁ ରୁଷ ପକ୍ଷରୁ ସେପ୍ଟେମ୍ବର ୨୩ ଓ ୨୭ରେ ଏହିସବୁ ଅଞ୍ଚଳରେ ଜନମତ ସଂଗ୍ରହ କରାଯାଇଥିଲା। ଡୋନେଟକ୍ସର ୯୯.୨ ପ୍ରତିଶତ, ଲୁହାନସ୍କର ୯୮.୪ ପ୍ରତିଶତ, ଜାପୋରିଜିୟାର ୯୩.୧ ପ୍ରତିଶତ ଏବଂ ଖେରସାନର ୮୭ ପ୍ରତିଶତ ଲୋକ ରୁଷ ସପକ୍ଷରେ ମତ ଦେଇଥିଲେ। ମସ୍କୋର ସେଣ୍ଟ ଜର୍ଜ ହଲ୍ ରେ ଶୁକ୍ରବାର ଆୟୋଜିତ ସମାରୋହରେ ପୁଟିନ ଏହି ଘୋଷଣା କରିଛନ୍ତି। ହଜାର ହଜାର ସଂଖ୍ୟାରେ ଋଷ ନାଗରିକ କରତାଳି ମାରି ଏହାକୁ ସ୍ବାଗତ କରିଥିଲେ।

ad-week
Leave A Reply

Your email address will not be published.