ରୁଷ୍‌କୁ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ଚେତାବନୀ

add-all

ନୂଆଦିଲ୍ଲୀ ୦୧।୧୦ : ରୁଷ୍‌କୁ ପୁଣି ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ । ଭ୍ଲାଦିମିର ପୁଟିନ୍‌ ଓ ୟୁକ୍ରେନ୍‌ ପ୍ରସଙ୍ଗରୁ ବଡ଼ ବୟାନ ଦେଇଛନ୍ତି  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆମେ ଆମ ପଡୋଶୀଙ୍କ ସହିତ ଛିଡ଼ା ହୋଇଛି ଏବଂ ସେମାନଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ ।

ସେ ଆହୁରୀ ମଧ୍ୟ  କହିଛନ୍ତି ଯେ, ଆମେରିକା ନାଟୋ ଦେଶପ୍ରତି ଜତ୍ନବାନ ରହିଛି । ନାଟୋ ଦେଶର ଇଞ୍ଚେ ହେଲେ ବି ଜାଗାକୁ କେହି ବି ହେଲ୍‌ କବ୍‌ଜା କରିପାରିବେନାହିଁ । ନାଟୋ ସହଯୋଗୀଙ୍କ ସହ ଆମେ ପ୍ରତି ସମୟରେ ଛିଡ଼ା ହୋଇ ରହିବୁ । ତେଣୁ ମିଷ୍ଟର ପୁଟିନ୍‌ ଯାହା କହୁଛନ୍ତି, ସେଥିପ୍ରତି ଧ୍ୟାନ ନଦିଅନ୍ତୁ । ମୁଁ ମୋ ସହଯୋଗୀ ଦେଶମାନଙ୍କ ସହ ସଂପର୍କରେ ରହିଛି । ଆମେ ପୁଣି ରୁଷ୍‌ ଉପରେ ନୂଆ କଟକଣା ଜାରି କରିଛୁ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ୟୁକ୍ରେନର ୪ଟି ଅଞ୍ଚଳ ରୁଷରେ ମିଶିଥିବା ନେଇ ଘୋଷଣା କରିଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଦକ୍ଷିଣ-ପୂର୍ବ ୟୁକ୍ରେନର ଡୋନଟସ୍କ, ଲୁହାନସ୍କ, ଜାପୋରିଜିୟା ଓ ଖେରସାନ ଅଞ୍ଚଳ ଋଷରେ ମିଶିଲା ବୋଲି ପୁଟିନ ଘୋଷଣା କରିଥିଲେ। ଏଥିପାଇଁ ରୁଷ ପକ୍ଷରୁ ସେପ୍ଟେମ୍ବର ୨୩ ଓ ୨୭ରେ ଏହିସବୁ ଅଞ୍ଚଳରେ ଜନମତ ସଂଗ୍ରହ କରାଯାଇଥିଲା। ଡୋନେଟକ୍ସର ୯୯.୨ ପ୍ରତିଶତ, ଲୁହାନସ୍କର ୯୮.୪ ପ୍ରତିଶତ, ଜାପୋରିଜିୟାର ୯୩.୧ ପ୍ରତିଶତ ଏବଂ ଖେରସାନର ୮୭ ପ୍ରତିଶତ ଲୋକ ରୁଷ ସପକ୍ଷରେ ମତ ଦେଇଥିଲେ। ମସ୍କୋର ସେଣ୍ଟ ଜର୍ଜ ହଲ୍ ରେ ଶୁକ୍ରବାର ଆୟୋଜିତ ସମାରୋହରେ ପୁଟିନ ଏହି ଘୋଷଣା କରିଛନ୍ତି। ହଜାର ହଜାର ସଂଖ୍ୟାରେ ଋଷ ନାଗରିକ କରତାଳି ମାରି ଏହାକୁ ସ୍ବାଗତ କରିଥିଲେ।

ad-week
Leave A Reply

Your email address will not be published.