ନାଟୋ ଦେଶର ସଦସ୍ୟ ହେବା ପାଇଁ ୟୁକ୍ରେନର ଆବେଦନ

add-all

ଋଷ ୟୁକ୍ରେନର ୪ଟି ଅଞ୍ଚଳକୁ ଦଖଲ କରିନେବା ପରେ ୟୁକ୍ରେନ ନାଟୋ ଦେଶର ସଦସ୍ୟ ହେବା ପାଇଁ ଆବେଦନ କରିଛି। ଶୁକ୍ରବାର ୟୁକ୍ରେନ ମିଡିଆ ଏହି ସୂଚନା ଦେଇଛି। ପୁଟିନ ୟୁକ୍ରେନର ୧୫ ପ୍ରତିଶତ ଅଞ୍ଚଳକୁ ଋଷ ସହିତ ମିଶାଇବାକୁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ପୁଟିନଙ୍କ ଏହି ପଦକ୍ଷେପ ପରେ ୟୁକ୍ରେନ ନାଟୋର ସଦସ୍ୟ ହେବାକୁ ଆନୁଷ୍ଠାନିକ ଭାବେ ଆବେଦନ କରିଛି।

ୟୁକ୍ରେନର ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି କହିଛନ୍ତି ଯେ ତାଙ୍କ ଦେଶ ନାଟୋ ସଦସ୍ୟତା ପାଇଁ ଆବେଦନ କରିଛି। କିଭ୍ ସଦସ୍ୟ ହେବାକୁ ନାଟୋକୁ ଅନୁରୋଧ କରିଛି। ସେ କହିଛନ୍ତି ଯେପର୍ଯ୍ୟନ୍ତ ଭ୍ଲାଦିମିର ପୁଟିନ କ୍ଷମତାରେ ଅଛନ୍ତି, ୟୁକ୍ରେନ ରୁଷ ସହିତ କୌଣସି ପ୍ରକାର ଆଲୋଚନା କରିବ ନାହିଁ।

ନାଟୋ ବା ଉତ୍ତର ଆଟଲାଣ୍ଟିକ ସନ୍ଧି ସଂଗଠନ ଯେଉଁଥିରେ ୨୯ଟି ଉତ୍ତର ଆମେରିକୀୟ ଓ ୟୁରୋପୀୟ ଦେଶର ସରକାରମାନଙ୍କର ସାମରିକ ସନ୍ଧି ହୋଇଛି । ନାଟୋ, ଏକ ସାମୁହିକ ସୁରକ୍ଷାତ୍ମକ ସଂଘ ଗଠନ କରି ଏହାର ନିଜସ୍ୱ ସ୍ୱାଧୀନ ସଭ୍ୟମାନେ ବାହ୍ୟ ସଂସ୍ଥାରୁ ଆକ୍ରମଣ ହେଲେ ଏହା ବିରୁଦ୍ଧରେ ପାରସ୍ପାରିକ ସୁରକ୍ଷା ନିମନ୍ତେ ପଦକ୍ଷେପ ନେବେ।

ଋଷ ୟୁକ୍ରେନର ଚାରୋଟି ଅଞ୍ଚଳ ଲୁହାନସ୍କ, ଡୋନେଟସ୍କ୍, ଜାପୋରିଝିଆ ଏବଂ ଖେରସନକୁ ନିଜ ଅଞ୍ଚଳରେ ସାମିଲ କରିଛି। ଏହି ଚାରୋଟି ଅଞ୍ଚଳ ୟୁକ୍ରେନର ମୋଟ୍ ୧୫ ପ୍ରତିଶତ ଭୂଭାଗ। ଏହି ଅଞ୍ଚଳରେ ଜନବସତି ଅଧିକ ରହିଛି। ଋଷ ଏହି ଚାରି ଅଞ୍ଚଳକୁ ନିଜ ଅଞ୍ଚଳରେ ମିଶାଇବା ପରେ ପାଖାପାଖି ୮୮ ଲକ୍ଷ ୟୁକ୍ରେନ ନାଗରିକ ଏବଂ ଋଷ ନାଗରିକ ହେବାକୁ ଯାଉଛନ୍ତି। ୟୁକ୍ରେନର ମୋଟ୍ ଜନବସତି ଓଡ଼ିଶା ଭଳି ୪ କୋଟିରୁ ଅଧିକ ରହିଛି।

ପୁଟିନ କହିଛନ୍ତି, ଏହି ଚାରି ଅଞ୍ଚଳରେ ଯୁଦ୍ଧ ବେଳେ ଧ୍ବଂସ ହୋଇଥିବା ସ୍କୁଲ, ସାର୍ବଜନନୀ ସ୍ଥାନକୁ ମସ୍କୋ ପୁଣିଥରେ ତିଆରି କରିବ। ଆଉ ଯେଉଁ ସୈନ୍ୟଙ୍କର ମୃତ୍ୟୁ ଘଟିଛି ସେମାନଙ୍କୁ ଶହୀଦର ମାନ୍ୟତା ଦେବ।

ad-week
Leave A Reply

Your email address will not be published.