ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ ମଲ୍ଲିକାର୍ଜୁନ ଖଡ଼ଗେ

add-all

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦବୀ ଲାଗି ପ୍ରତିଦ୍ବନ୍ଦ୍ବିତା କରିବାକୁ ପ୍ରାର୍ଥୀପତ୍ର ଦାଖଲ କରିବାର ଦିନକ ପରେ ରାଜ୍ୟସଭା ବିରୋଧୀ ଦଳ ପଦରୁ ଇସ୍ତଫା ଦେଇଥିବା କଥା ବିଶେଷସୂତ୍ରରୁ ପ୍ରକାଶ।

ଉଦୟପୁର ପ୍ରସ୍ତାବନା ‘ଏକ ନେତା ଏକ ପଦବୀ’ ଆଧାରରେ ଆଜି ଖଡ଼ଗେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।

ଖଡ଼ଗେ ଇସ୍ତଫା ଦେବା ପରେ ଏହି ପଦବୀ ନିମନ୍ତେ ପି. ଚିଦମ୍ବରମ୍‌ ଓ ଦିଗ୍‌ବିଜୟ ସିଂହ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ମଲ୍ଲିାକର୍ଜୁନ ଖଡ଼ଗେ, ଶଶୀ ଥରୁର ଏବଂ କେ.ଏନ୍‌. ତ୍ରିପାଠୀ କଂଗ୍ରେସ ଅଧ୍ୟକ୍ଷ ପଦବୀ ନିମନ୍ତେ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଦଳର ଅଧ୍ୟକ୍ଷ ପଦ ନିମନ୍ତେ ମଲ୍ଲିକାର୍ଜୁନ ଘଡ଼ଗେଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିବେ ବୋଲି ଜି-୨୩ ନେତା ପୃଥ୍ବୀରାଜ ଚୱନ, ମନୀଷ ତେୱାରି ଏବଂ ଭୂପିନ୍ଦର ହୁଦା କହିଛନ୍ତି।

ଉଲ୍ଲେଖଯୋଗ୍ୟ, କଂଗ୍ରେସର ସର୍ବୋଚ୍ଚ ପଦବୀ ନିମନ୍ତେ ପୂର୍ବରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଆଗ୍ରହୀ ଥିବା ଦିଗ୍‌ବିଜୟ ସିଂହ ନିର୍ବାଚନରେ ନ ଲଢ଼ି ଏଥିପାଇଁ ତାଙ୍କଠୁ ବରିଷ୍ଠ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମର୍ଥନ କରିବେ ବୋଲି କହିଥିଲେ।

ad-week
Leave A Reply

Your email address will not be published.