ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ

add-all

ଡେରାଡୁନ: ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ। କେଦାରନାଥ ମନ୍ଦିର ନିକଟ ଧସିଲା ବିଶାଳକାୟ ବରଫ ଖଣ୍ଡ।  ହିମାଳୟ ପର୍ବତରୁ ବିଶାଳକାୟ ବରଫ ଖଣ୍ଡ ଧସିଛି। ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି।

ଶ୍ରୀବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷଙ୍କ କହିବା ମୁତାବକ, ହିମାଳୟ ପର୍ବତରୁ ଆଜି ସକାଳେ ହିମସ୍ଖଳନ ହୋଇଥିଲା। ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇନାହିଁ। ଘଟଣାସ୍ଥଳରେ ଥିବା ଯାତ୍ରୀମାନେ କିନ୍ତୁ ଭୟଭୀତ ହୋଇପଡିଥିଲେ।

ସେପଟେ ହିମସ୍ଖଳନ ବେଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ କିଭଳି ପାହାଡ ଉପରୁ ବରଫ ଖଣ୍ଡ ଧସୁଛି ତା’ର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି। ଏହି ଭଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗତମାସ ୨୩ ତାରିଖରେ ମଧ୍ୟ କେଦାରନାଥ ମନ୍ଦିର ନିକଟ ପାହାଡରେ ହିମସ୍ଫଳନ ହୋଇଥିଲା। ଏଥିଯୋଗୁଁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଯାତ୍ରୀମାନେ ଭୟଭୀତ ହୋଇ ପଡିଥିଲେ।  ସେତେବେଳେ ମଧ୍ୟ କେଦାରନାଥ ମନ୍ଦିରର କୌଣସି କ୍ଷତି ହୋଇ ନଥିଲା।

କେଦାରନାଥ ଘାଟିରେ ବର୍ଷା ଜାରି ରହିଛି। ଏଥିଯୋଗୁ ବିଭିନ୍ନ ସମୟରେ ଏଠାରେ ଭୁସ୍ଖଳନ ହୋଇ ଜାତୀୟ ରାଜପଥ ଅବରୋଧ ହେଉଛି। ବର୍ଷା ଯୋଗୁ ଚାରିଧାମ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି। ବଦ୍ରିନାଥ ଓ କେଦାରନାଥ ଜାତୀୟ ରାଜପଥରେ ଯାତାୟତ ମଧ୍ୟ ବାଧା ପ୍ରାପ୍ତ ହେଉଛି। ଗତ କିଛି ଦିନ ହେବ ଏଠାରେ ବର୍ଷା ଲାଗି ରହିଥିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

ad-week
Leave A Reply

Your email address will not be published.