ଜେଲ୍‌ରୁ ଖସିଗଲା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ

add-all

ଚଣ୍ଡିଗଡ଼: ଜେଲ୍‌ରୁ ଖସିଗଲା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ। ଶନିବାର ସେଣ୍ଟ୍ରାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି(ସିଆଇଏ)ର ଅଧିକାରୀ ହତ୍ୟାକାରୀ ଦୀପକ ଓରଫ ତିନୁକୁ ରାତି ୧୧ଟା ବେଳେ ଅନ୍ୟତ୍ର ନେଇଯାଉଥିବା ବେଳେ ସେ ଖସିଯାଇଥିଲା। ଘଟଣାଟି ଫିଲ୍ମର କାହାଣୀ ଭଳି ଲାଗୁଥିଲେ ବି ସତ। ତେବେ ଫିଲ୍ମ ପରି ଦୀପକକୁ ଖସାଇ ଦିଆଯାଇଛି ନା ସତକୁ ସତ ସେ ଖସି ପଳେଇଛି ଘଟଣା ଉପରେ ପରଦା ଉଠି ନାହିଁ।

ସୂଚନା ଥାଉକି, ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗେଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ଖାସ୍ ଲୋକ ହେଉଛି ଦୀପକ।। ଏହି ହତ୍ୟାକାଣ୍ଡରେ ଦାଖଲ ହୋଇଥିବା ଚାର୍ଜସିଟ୍‌ ୧୫ ଜଣିଆ ଅପରାଧିଙ୍କ ତାଲିକାରେ ଦୀପକର ନାଁ ବି ରହିଛି। ମେ ୨୯ ତାରିଖରେ ପଞ୍ଜାବର ଲୋକପ୍ରିୟୀ ଗାୟକ ତଥା କଂଗ୍ରସ ନେତା ସିଦ୍ଧୁ ମୁସେୱାଲାଙ୍କର ହତ୍ୟା ହୋଇଥିଲା।

ପଞ୍ଜାବ ସରକାର ସୁରକ୍ଷା କାଢ଼ି ନେବା ପରେ ଅପରାଧିମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେ ଏକ ଜିପ୍‌ରେ ସମ୍ପର୍କୀୟଙ୍କ ସହ ଯାଉଥିବା ବେଳେ ତାଙ୍କୁ ଗୁଳି କରାଯାଇଥିଲା। ଗୁଳିମାଡ଼ର ୧୫ ମିନିଟ୍‌ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ad-week
Leave A Reply

Your email address will not be published.