ଇମ୍ରାନ୍‌ଙ୍କ ବିରୋଧରେ ଗିରଫ ପରୱାନା

add-all

ଇସଲାମାବାଦ୍‌ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଇସଲାମବାଦ୍‌ର ଏକ ଅଦାଲତ ଗିରଫ ପରୱାନା ଜାରି କରିଛନ୍ତି । ଗତ ଅଗଷ୍ଟ ୨୦ରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବା ସମୟରେ ଇମ୍ରାନ୍‌ ଜନୈକ ମହିଳା ବିଚାରପତିଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଏହି ଗିରଫ ପରୱାନା ଜାରି ହୋଇଛି। ସୂଚନାଥାଉ କି ଏହି ମାମଲାରେ ପୂର୍ବରୁ ଇମ୍ରାନ୍‌ ଇସଲାମାବାଦ୍‌ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ନିଜ ଭୁଲ୍ ସ୍ବୀକାର କରିବା ସହ ଭବିଷ୍ୟତରେ ଏପରି କରିବେ ନାହିଁ ବୋଲି ସତ୍ୟପାଠ ଦାଖଲ କରି ସାରିଛନ୍ତି।

ad-week
Leave A Reply

Your email address will not be published.