ଆମେରିକାରେ ୪ଜଣ ମୂଳ ଭାରତୀୟଙ୍କୁ ଅପହରଣ କଲେ ଦୃବୁର୍ତ୍ତ

add-all

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଆଜି ୪ ଜଣ ପ୍ରବାସୀ ଭାରତୀୟଙ୍କୁ ଅପହରଣ କରାଯାଇଛି। ଆଉ ଏହାକୁ ନେଇ ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି | ମିଳିଥିବା ସୂଚନା ମୁତାବକ ଅପହରଣ ହୋଇଥିବା ଲୋକଙ୍କ ମଧ୍ୟରେ ଜଣେ ଭାରତୀୟ ଦମ୍ପତ୍ତିଙ୍କ ସହ ତାଙ୍କର ୮ ମାସର ଶିଶୁକନ୍ୟା ମଧ୍ୟ ଅଛନ୍ତି। ପୁଲିସ କହିଛି ଯେ ୩୬ ବର୍ଷୀୟ ଜସଦୀପ ସିଂ, ୨୭ ବର୍ଷୀୟ ଜସଲିନ୍ କୌର, ସେମାନଙ୍କର ୮ ମାସର ଝିଅ ଆରୁହି ଏବଂ ୩୯ ବର୍ଷୀୟ ଅମନଦୀପ ସିଂହଙ୍କୁ ଅପହରଣ କରାଯାଇଛି।
ତେବେ ପୁଲିସ ଅପହରଣକାରୀଙ୍କ ବାବଦରେ ଅଧିକ ସୂଚନା ଦେଇନାହିଁ। ପୁଲିସ ଅଧିକାରୀ କହିଛନ୍ତି ଯେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ସେ କହିଛନ୍ତି ଯେ ଏହା ନିଶ୍ଚିତ ଯେ କାଲିଫର୍ଣ୍ଣିଆର ସାଉଥ ହାଇୱେର ୮୦୦ନମ୍ବର ବ୍ଲକରୁ ଚାରିଜଣଙ୍କୁ ଅପହରଣ କରି ନିଆଯାଇଛି। ରିପୋର୍ଟ ଅନୁଯାୟୀ ପୁଲିସ ଅଧିକାରୀମାନେ ଏପର୍ଯ୍ୟନ୍ତ ସନ୍ଦିଗ୍ଧଙ୍କ ନାମ କହିନଥିବାବେଳେ ଘଟଣା ଘଟାଇବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାହା ମଧ୍ୟ ଜଣା ପଡିନାହିଁ। ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଥିବା ଲୋକଙ୍କୁ ପଚରାଉଚରା କରାଯାଉଛି।

ad-week
Leave A Reply

Your email address will not be published.