ଆଫ୍ରିକାର ସର୍ବୋଚ୍ଚ ପର୍ବତରେ ତିରଙ୍ଗା ଉଡ଼ାଇଲେ କିଟ୍ ଛାତ୍ରୀ ୟାସିନ୍‌ ଜୈନ

Independence

କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ୟାସିନ୍ ଜୈନ ଆଫିକ୍ରାର ସର୍ବୋଚ୍ଚ ପର୍ବତ ଏବଂ ପୃଥିବୀର ସମୁଦ୍ର ପତନଠାରୁ ସର୍ବୋଚ୍ଚ ମୁକ୍ତ ପର୍ବତ ମାଉଣ୍ଟ କିଲିମାନଜାରୋରେ ତିରଙ୍ଗା ସହ କିଟ୍ ବିଶ୍ୱବିଦ୍ୟାଳୟର ପତାକା ମଧ୍ୟ ଉଡ଼ାଇଛନ୍ତି । ଆଜି ଭାରତୀୟ ସମୟ ସକାଳ ୭ଟାରେ ସେ ତିରଙ୍ଗା ଓ କିଟ୍ ଧ୍ଵଜା ଉଡ଼ାଇଥିଲେ । ୟାସିନ୍ ୨୦୧୯ରେ କିଟ୍‌ରୁ ଶିକ୍ଷା ସମାପ୍ତ କରିଥିଲେ ।

ଏଥି ସହିତ ସେ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଭଗବାନ ମହାବୀରଙ୍କ ଅହିଂସା ଧର୍ମକୁ ଅନୁସରଣ କରି ବିଶ୍ୱ ପାରସ୍ପରିକ ପାର୍ଥକ୍ୟର ମୁକାବିଲା କରିବା ଉଚିତ ବୋଲି ବିଶ୍ୱକୁ ବାର୍ତ୍ତା ଦେଇଛନ୍ତି । ଏହା ବିଶ୍ୱର ବିକାଶରେ ସହାୟକ ହେବ ।

ମାଉଣ୍ଟ କିଲିମାନଜାରୋ ତାଞ୍ଜାନିଆର ଏକ ସୁପ୍ତ ଆଗ୍ନେୟଗିରି । ଏହା ଆଫିକ୍ରାର ସର୍ବୋଚ୍ଚ ପର୍ବତ ଏବଂ ପୃଥିବୀର ସମୁଦ୍ର ପତନଠାରୁ ସର୍ବୋଚ୍ଚ ମୁକ୍ତ ପର୍ବତ । ସମୁଦ୍ର ପତନଠାରୁ ୫,୮୯୫ ମିଟର (୧୯,୩୪୧ ଫୁୁଟ) ଏହାର ମାଳଭୂମିଠାରୁ ପ୍ରାୟ ୪,୯୦୦ ମିଟର (୧୬,୧୦୦) ଫୁଟ । ୟାସିନ୍‌ଙ୍କ ଏହି ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ୟାସିନ୍‌ଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଏହି ସଫଳତା କିଟ୍‌ର ଅନ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।

ad-week
Leave A Reply

Your email address will not be published.