ସମ୍ବଲପୁର ବଙ୍ଗାଲିପଡାରେ ଧୁମଧାମରେ ଚାଲିଛି ମାଙ୍କ ସିନ୍ଦୁର ଖେଳ ପର୍ବ

add-all

ସମ୍ବଲପୁର: ଆଜି ହେଉଛି ବିଜୟା ଦଶମୀ। ମାଁ ଜଗତ ଜନନୀଙ୍କୁ ଧରାପୃଷ୍ଠରୁ ବିଦାୟ ଦେବାର ସମୟ ।ଏହି ସମୟଟି ଅତ୍ୟନ୍ତ ଦୁଃଖ ଦାୟକ ଅଟେ। କାରଣ ମାଁ ଆସିଥାନ୍ତି ତାଙ୍କ ବାପ ଘରକୁ। ମାଁ ଙ୍କୁ ପାଖରେ ପାଇ ସମସ୍ତେ ଖୁସି ଥାନ୍ତି । ହେଲେ ଦଶହରା ଦିନ ମାଁ ମେଲାଣି ନିଅନ୍ତି । ମାଁ ଙ୍କୁ ବିଦାୟ ଦେବା ସମୟରେ ବଙ୍ଗାଳି ସମ୍ପ୍ରଦାୟର ଲୋକେ ମାଁ ଙ୍କୁ ସିନ୍ଦୁର ଲଗାଇ ମିଠା ଖୁଆଇଥାନ୍ତି।

ମାଁ ଙ୍କୁ ସିନ୍ଦୁର ଲଗାଇ ସାରିଲା ପରେ ସଧବା ମହିଳା ମାନେ ନିଜ ନିଜ ଭିତରେ ସିନ୍ଦୁର ଲଗାଇବା ସହ ମିଠା ଖୁଆଇଥାନ୍ତି । ମାଁ ଙ୍କ ଠାର ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିଥାନ୍ତି। ତେବେ ସମ୍ବଲପୁର ବଙ୍ଗାଲିପଡାରେ ଧୁମଧାମରେ ଚାଲିଛି ମାଙ୍କ ସିନ୍ଦୁର ଖେଳ ପର୍ବ।

ad-week
Leave A Reply

Your email address will not be published.