ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

add-all

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ବିଚାରପତି ଏକ ଗଞ୍ଜେଇ ମାମଲାର ବିଚାରଣା କରି ଘଟଣାର ୯ ଜଣ ଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ମାନସ ନାୟକ ଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ବାନାର୍ଜୀ ଓ ନିହାରିକା ପାତ୍ର ପରିଚାଳନା କରୁଥିଲେ ।
ଘଟଣା ଅନୁସାରେ ମକଦ୍ଦମା ବିବରଣୀରୁ ପ୍ରକାଶ ଯେ ଗତ ୮/୧୦ /୨୦୧୫ ତାରିଖ ଦିନ କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡା ଥାନା ଭାରପ୍ରାପ୍ତ ଅଧିକାରୀ ଓ ତାଙ୍କ ଟିମ କୌଣସି ସୂତ୍ରରୁ ଖବର ପାଇ ଗୋଚ୍ଛାପଡା ସଲେ ବୁଡେଣୀ ଛକରେ ଜଗି ରହି ଥିଲେ l ଏହି ସମୟରେ ସେହି ରାସ୍ତା ଦେଇ ଏକ ଓ ଆର ୧୯- ଜି – ୭୭୭୫ ଇଣ୍ଡିଗୋ କାର କୁ ସନ୍ଦେହରେ ଅଟକାଇ ତନଖି ନେବାରୁ ୨୭ କେଜି ୫୫୫ ଗ୍ରାମ ଓଜନ ର ଉକ୍ତ ଗାଡିରୁ ବରାମତ ହେବାରୁ ଗାଡି ଚାଳକ ତଥା ଗାଡି ମାଲିକ ଅଭିଯୁକ୍ତ ମାନସ ନାୟକକୁ ଗିରଫ କରିବା ସହ ଗୋଚ୍ଛାପଡା ପୋଲିସ ଏକ ମାମଲା ଏନ୍ ଡି ପି ଏସ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା।ସେହି ମାମଲାର ଘଟଣା ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି ।

ad-week
Leave A Reply

Your email address will not be published.