ଦେଶବାସୀ ଗୁଜରାଟର ଲୁଣ ଖାଉଛନ୍ତି; ରାଷ୍ଟ୍ରପତିଙ୍କ ଏଭଳି ବୟାନକୁ ଚମଚାଗିରି ବୋଲି କହିଲେ କଂଗ୍ରେସ ନେତା

add-all

ନୂଆଦିଲ୍ଲୀ: କଂଗ୍ରେସ ନେତା ଉଦିତ ରାଜ ସବୁବେଳେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ପୂର୍ବରୁ ବିଜେପିକୁ ଟାର୍ଗେଟ କରିଆସୁଥିବା ଉଦିତ ରାଜ ବର୍ତ୍ତମାନ ସିଧାସଳଖ ରାଷ୍ଟ୍ରପତିଙ୍କୁ ଟ‌ାର୍ଗେଟ କରିଛନ୍ତି।। ଏକ ଟୁଇଟ୍‌ରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ‘ଚମଚିଗିରି’ ଶବ୍ଦ ବ୍ୟବହାର କରିଛନ୍ତି।
ସୂଚନା ମୁତାବକ, ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ସାବରମତି ଆଶ୍ରମରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହା ପରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ସେ କହିଥିଲେ ଯେ ଦେଶର ୭୬ପ୍ରତିଶତ ଲୁଣ ଗୁଜରାଟରେ ତିଆରି ହୋଇଥାଏ। ଏହା କୁହାଯାଇପାରେ ଯେ ସମସ୍ତ ଦେଶବାସୀ ଗୁଜରାଟର ଲୁଣ ଖାଆନ୍ତି। ତାଙ୍କର ଏଭଳି କଥାକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ଉଦିତ ରାଜ।
ସେ ଟ୍ବିଟ କରି ଲେଖିଛନ୍ତି ଯେ, କୌଣସି ଦେଶକୁ ଦ୍ରୌପଦୀ ମୁର୍ମୁଜୀଙ୍କ ପରି ରାଷ୍ଟ୍ରପତି ନମିଳନ୍ତୁ। ଚମଚାଗିରିର ମଧ୍ୟ ଗୋଟିଏ ସୀମା ରହିଛି।‌ ସେ କହୁଛନ୍ତି ଯେ, ୭୦% ଲୋକ ଗୁଜରାଟର ଲୁଣ ଖାଉଛନ୍ତି। ଆପଣ ନିଜେ ଲୁଣ ଖାଇ ଜୀବନ ବିତାଇଲେ ଜାଣିପାରିବେ।
ଏହା ପରେ ଉଦିତ ରାଜ ଆଉ ଏକ ଟୁଇଟ୍ କରି କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁଜୀଙ୍କ ପାଇଁ ମୋର ବିବୃତି ବ୍ୟକ୍ତିଗତ ଅଟେ, ଏଥିରେ କଂଗ୍ରେସ ଦଳର କୌଣସି ସମ୍ପର୍କ ନାହିଁ। ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ଆଦିବାସୀଙ୍କ ନାମରେ ଭୋଟ୍ ମାଗିଥିଲା ବିଜେପି। ରାଷ୍ଟ୍ରପତି ହେବା ପରେ ସେ ଆଦିବାସୀଙ୍କୁ ଭୁଲି ଗଲେ। ଯେତେବେଳେ ଲୋକମାନେ ଏସସି/ ଏସଟି ନାମରେ ପଦବୀ ହାସଲ କରନ୍ତି ଏବଂ ପଦବୀ ପାଇ ଚୁପ ହୋଇଯାଆନ୍ତି ସେତେବେଳେ ବହୁତ ଦୁଃଖ ହୁଏ।

ad-week
Leave A Reply

Your email address will not be published.