ଗଞ୍ଜାମ ଜିଲ୍ଲା ସବ୍ ଜୁନିଅର ବାଳକ ଓ ବାଳିକା ହ୍ୟାଣ୍ଡବଲ୍ ଦଳର କେନ୍ଦୁଝର ଗସ୍ତ

add-all

ବ୍ରହ୍ମପୁର (୦୬/୧୦) : ଆସନ୍ତା ୭ ଓ ୮ ତାରିଖରେ କେନ୍ଦୁଝରରେ ହେବାକୁ ସବ୍ ଜୁନିଅର ବାଳକ ଓ ବାଳିକା ଆନ୍ତଃ ଜିଲ୍ଲା ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଞ୍ଜାମ ଦଳ ତରଫରୁ ୧୬ଜଣ ସବ୍ ଜୁନିଅର ବାଳକ ଓ ୧୬ଜଣ ବାଳିକା ଦଳ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ।ଉଭୟ ଦଳର ଖେଳାଳି ମାନେ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଖେଳ ପଡ଼ିଆ ଠାରେ ଜାତୀୟ କୋଚ୍ ପ୍ରଶାନ୍ତ କୁମାର ରଥଙ୍କ ଠାରୁ ତାଲିମ୍ ନେଇଥିଲେ ।ଉଭୟ ଦଳଙ୍କ ସହ କୋଚ୍ ଓ ମ୍ୟାନେଜର ଭାବେ ପ୍ରୋମଦ କୁମାର ପଟ୍ଟନାୟକ,ଦିପକ ମହାନ୍ତି ଓ ପଞ୍ଚାନନ ସାହୁ ଗସ୍ତ କରିଛନ୍ତି ।ଏଥିସହ ଜାତୀୟ ରେଫ୍ରି ଏ. ତେଜସ୍ଵୀ ଏବଂ ଜାତୀୟ ଖେଳାଳି ସନ୍ଦୀପ୍ କୁମାର ପାତ୍ର ଅଫିସିଆଲ ଭାବେ କେନ୍ଦୁଝର ଗସ୍ତ କରିଛନ୍ତି ।ଶେଷ ଥର ଗଞ୍ଜାମ ଜିଲ୍ଲା ବାଳକ ଦଳ ଚମ୍ପିୟାନ ହୋଇଥିଲା ।ଚଳିତ ବର୍ଷ ମଧ୍ୟ ଗଞ୍ଜାମ ଜିଲ୍ଲାର ଖେଳାଳିମାନେ ଉନ୍ନତ ଖେଳ ପ୍ରଦର୍ଶନ କରିବେ ବୋଲି ଜିଲ୍ଲା ହ୍ୟାଣ୍ଡବଲ୍ ଦଳର ସଭାପତି ତଥା ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା,ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ି, କୋଷାଧ୍ୟକ୍ଷ ଡାକ୍ତର ସିଏଚ୍.ମନୋଜ କୁମାର ପାତ୍ରଙ୍କ ସହ ଅଶୋକ କୁମାର ଶୁକ୍ଳା, ଶକ୍ତିଧର ରାଜଗୁରୁ, ଦୁଷ୍ମନ୍ତ ପାଢ଼ୀ, ଡ଼ଃ ସରୋଜ ସାମନ୍ତ ପ୍ରମୁଖ ଖେଳାଳିମାନଙ୍କୁ ଉତ୍ଚାହିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ad-week
Leave A Reply

Your email address will not be published.