ଟ୍ରେନରେ ମହିଳାଙ୍କୁ ଅସଦାଚରଣ କରି ଫସିଲେ ଦୁଇ କଂଗ୍ରେସ ବିଧାୟକ

add-all

ଭୋପାଳ: ମଧ୍ୟପ୍ରଦେଶର ସତନା ଜିଲ୍ଲାର କଂଗ୍ରେସ ବିଧାୟକ ସିଦ୍ଧାର୍ଥ କୁଶୱା ଏବଂ କୋଟମା ବିଧାୟକ ସୁନୀଲ ସରାଫ ଟ୍ରେନରେ ଯାଉଥିବା ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗ ମୁତାବକ ରେୱାଞ୍ଚଲ ଏକ୍ସପ୍ରେସରେ ଯାତ୍ରା କରୁଥିବାବେଳେ ମହିଳା ଅଭିଯୋଗ କରିଛନ୍ତି ଯେ ଦୁଇଜଣ ବିଧାୟକ ମଦ୍ୟପାନ କରି ତାଙ୍କ ସହ ଅସଦାଚରଣ କରିଥିଲେ । କୁହାଯାଉଛି ଯେ ମହିଳା ଜଣକ ଫୋନରେ ଏହି ଘଟଣା ବିଷୟରେ ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ। ଏହା ପରେ ସେ ରେଳ ମନ୍ତ୍ରୀ, ରେଳ ମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍ କରି ସାହାଯ୍ୟ ଲୋଡିଥିଲେ। ଟ୍ୱିଟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ଟ୍ରେନର ପରବର୍ତ୍ତୀ ଷ୍ଟେସନ ଦାମୋହ-ସାଗରକୁ ଫୋନ୍ ମାଧ୍ୟମରେ ସୂଚନା ପଠାଇ ନିର୍ଦ୍ଦେଶ ଦିଆଯାଇଥିଲା।
ସାଗର ଷ୍ଟେସନରେ ରେୱାଞ୍ଚଲ ଏକ୍ସପ୍ରେସ ପହଞ୍ଚିବା ପୂର୍ବରୁ ରେଳ ସୁରକ୍ଷା କର୍ମଚାରୀ ସେଠାରେ ପହଁଚିଯାଇଥିଲେ | ସେମାନେ ମହିଳାଙ୍କୁ ଭେଟି ଏବାବଦରେ ପଚାରିବୁଝିଥିଲେ | ଏହାପରେ ମହିଳାଙ୍କ ବୟାନ ରେକର୍ଡ କରି ଆଇପିସି ଧାରା ୩୫୪ (ଯୋୖନ ଉତ୍ପୀଡ଼ନ) ଅଧୀନରେ ଦୁଇ ବିଧାୟକଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଛି । ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ ଅଭିଯୁକ୍ତମାନେ କଂଗ୍ରେସ ବିଧାୟକ କି ନାହିଁ ଆମେ ଜାଣି ନାହୁଁ, କିନ୍ତୁ ପୁଲିସକୁ ଧନ୍ୟବାଦ ଜଣାଉଛି ଯେଉଁମାନେ ତୁରନ୍ତ ପଦକ୍ଷେପ ନେଇ ମୋ ପତ୍ନୀଙ୍କୁ ସାହାଯ୍ୟ କଲେ । ” ଏନେଇ କଂଗ୍ରେସ ବିଧାୟକ ସିଦ୍ଧାର୍ଥ କୁଶୱା କହିଛନ୍ତି ଯେ ଅଭିଯୋଗ ଭିତ୍ତିହୀନ।

ad-week
Leave A Reply

Your email address will not be published.