ରୁଷ୍‌ରୁ ତୈଳ ନ କିଣିବା ପାଇଁ ଭାରତକୁ କେହି କହିନାହାନ୍ତି: ହର୍‌ଦୀପ୍‌ ସିଂହ ପୁରୀ

add-all

ନୂଆଦିଲ୍ଲୀ: ରୁଷ୍‌ରୁ ତୈଳ ଖରିଦ ବନ୍ଦ କରିବାକୁ ଭାରତକୁ କେହି କହି ନ ଥିବା କଥା କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବା‌ଷ୍ପ ମନ୍ତ୍ରୀ ହର୍‌ଦୀପ୍‌ ସିଂହ ପୁରୀ ଶୁକ୍ରବାର ଦିନ କହିଛନ୍ତି।

ଶୁକ୍ରବାର ଦିନ  ଯୁକ୍ତରାଷ୍ଟ୍ର ଆମେରିକାର ଶକ୍ତି ସଚିବ ଜେନିଫର୍‌ ଗ୍ରାନ୍‌ହୋମ୍‌ଙ୍କ ସହିତ ଦ୍ବିପାକ୍ଷିକ ବୈଠକ ଶେଷ ହେବା ପରେ ୱାସିଂଟନ୍‌ରେ କେନ୍ଦ୍ର ଶକ୍ତିମନ୍ତ୍ରୀ ହର୍‌ଦୀପ୍‌ ସିଂହ ପୁରୀ କହିଲେ, ନାଗରିକମାନଙ୍କୁ ଶକ୍ତି ଯୋଗାଇ ଦେବା ଭାରତୀୟ ସରକାରଙ୍କର ନୈତିକ କର୍ତ୍ତବ୍ୟ। ତେଣୁ, ଯେଉଁଠୁ ହେଉ ଭାରତକୁ ତୈଳ ଖରିଦ କରିବାକୁ ପଡ଼ିବ।

ଯଦି ଆପଣଙ୍କ ନୀତି ବିଷୟରେ ଆପଣ ସ୍ପଷ୍ଟ ଭାବେ ବୁଝିଥିବେ, ଅର୍ଥାତ୍‌ ଆପଣ ଶକ୍ତି ନିରାପତ୍ତା ଏବଂ ଶକ୍ତିର ସୁଲଭ ମୂଲ୍ୟ କଥା ଠିକ୍‌ ଭା‌ବେ ବୁଝିଥିବେ, ତା’ହେଲେ ଆପଣ ଯେଉଁ ଉତ୍ସରୁ ଶକ୍ତି କ୍ରୟ କରିବା କଥା ତାହା କରିବେ ବୋଲି ପୁରୀ କହିଛନ୍ତି।

ୟୁକ୍ରେନ୍‌ ଯୁଦ୍ଧ ଚାଲିଥିବା ବେଳେ ରୁଷ୍‌ରୁ ତୈଳ କିଣିବା ପାଇଁ ନୂଆଦିଲ୍ଲୀର ନିଷ୍ପତ୍ତି ଉପରେ ଗୁରୁତ୍ବାରୋପ କରି ପୁରୀ କହିଲେ, ସିଧା କଥା, ଯେଉଁଠି ସୁବିଧାରେ ମିଳିବ ଭାରତ ସେଠାରୁ ତୈଳ ଖରିଦ କରିବ। ଭାରତର ଜନସାଧରଣ ତୈଳ ଆବଶ୍ୟକ କରୁଥିବାରୁ ଏହା ଉପରେ ଆଲୋଚନା କରାଯିବା ଅନୁଚିତ।

ସେ ପୁଣି କହିଛନ୍ତି, ରୁଷୀୟ ତୈଳ ଖରିଦ ନ କରିବା ପାଇଁ ମତେ କ’ଣ କିଏ କହିଛି? ଉତ୍ତର ହେଉଛି ନା।

ରୁଷ୍‌ରୁ ତୈଳ ଖରିଦ କରିବା ନିମନ୍ତେ ଭାରତର ନିଷ୍ପତ୍ତି ବିଷୟରେ ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଧ୍ୟ ବୁଝାଇ କହିଥିଲେ।

ad-week
Leave A Reply

Your email address will not be published.