ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ

add-all

ନୂଆଦିଲ୍ଲୀ: ଆଜି ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଏହି ଅବସରରେ ୩ ଅର୍ଥନୀତିଜ୍ଞଙ୍କୁ ମିଳିତ ଭାବେ ଏହି ନୋବେଲ ପୁରସ୍କାର ମିଳିବା ନେଇ ମୋହର ବାଜିଛି। ସେମାନେ ହେଲେ ବେନ୍ ବେର୍ଣ୍ଣାଙ୍କେ, ଡଗଲାସ୍ ଡାଇମଣ୍ଡ ଓ ଫିଲିପ୍ ଡିଭିଗ୍‌ । ବ୍ୟାଙ୍କ ଓ ଆର୍ଥିକ ସଂକଟ ବିଷୟରେ ଗବେଷଣା ପାଇଁ ଏହି ସମ୍ମାନଜନକ ପୁରସ୍କାର ମିଳିବ। ଚୟନ କମିଟି କହିଛି ଯେ, ଡୁବି ଯାଉଥିବା ଅର୍ଥନୀତିକୁ ଉତ୍‌ଥାନ ପାଇଁ ଏହି ତିନିଜଣ ବିଜେତାଙ୍କ ଗବେଷଣା ସାରା ବିଶ୍ୱକୁ ଏକ ନୂଆ ବାଟ ଦେଖାଇଛି। ବିଶେଷ କରି ଆର୍ଥିକ ସଙ୍କଟ ସମୟରେ ବ୍ୟାଙ୍କ ଗୁଡ଼ିକର ଭୂମିକା ଉପରେ ଏମାନେ ବାହାର କରିଥିବା ଉପାୟ ବେଶ ଉପାଦେୟ। ଯାହା ଦେବାଳିଆ ହୋଇ ଯାଉଥିବା ବ୍ୟାଙ୍କ ଗୁଡ଼ିକୁ ବଞ୍ଚାଇପାରିବ।
ସେମାନଙ୍କ ଅନୁସନ୍ଧାନରେ ବ୍ୟାଙ୍କ ଭୁଶୁଡ଼ିବା ଠାରୁ ଦୂରେଇ ରହିବା ଅତ୍ୟନ୍ତ ଉପାୟ ରହିଛି। । ଆମ ପାଖରେ ଥିବା ବ୍ୟାଙ୍କ ଗୁଡ଼ିକର ସୁପରିଚାଳନା ପାଇଁ ଏହି ଗବେଷଣା ହିଁ ମାର୍ଗ ଦେଖାଇବ ବୋଲି କୁହାଯାଇଛି । ଆଲଫ୍ରେଡ ନୋବେଲଙ୍କ ସ୍ମତି ଉଦ୍ଦେଶ୍ୟରେ ଅର୍ଥନୀତିରେ ନୋବେଲ ପୁରସ୍କାର ଦିଆଯାଇ ଆସୁଛି।

ad-week
Leave A Reply

Your email address will not be published.