ଦିଲ୍ଲୀରେ ବାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ମନା କଲେ ସୁପ୍ରିମକୋର୍ଟ, ପିଟିସନ ଦାଖଲ କରିଥିଲେ ମନୋଜ ତିୱାରୀ…

add-all

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦେଖି ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଯିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବିଜେପି ନେତା ମନୋଜ ତିୱାରୀ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ସେହି ପିଟିସନରେ ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ସଂସ୍କୃତି ବିରୋଧୀ ବୋଲି କୁହାଯାଇଥିଲା ଏବଂ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ଅନୁରୋଧ କରାଯାଇଥିଲା। ଆଜି ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀରେ ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଯିବ ନାହିଁ।
ଏମ ଆର ଶାହାଙ୍କ ଖଣ୍ଡପୀଠ ଏହି ପିଟିସନ ଉପରେ ଶୁଣାଣି କରି କହିଛନ୍ତି ଯେ, ଦିଲ୍ଲୀ ଏନସିଆରରେ ବାଣ ଉପରେ ପ୍ରତିବନ୍ଧକକୁ ନେଇ ଆମର ନିଷ୍ପତ୍ତି ସ୍ପଷ୍ଟ। ପ୍ରଦୂଷଣର ଅବସ୍ଥା ଆପଣ କ’ଣ ଦେଖି ନାହାଁନ୍ତି କି? ବାଣ ଯୋଗୁଁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଆପଣ ନିଜେ ଏନସିଆରରେ ରୁହନ୍ତି, ତେବେ ଆପଣ ପୂର୍ବରୁ ପ୍ରଦୂଷିତ ହୋଇସାରିଥିବା ସହରର ପ୍ରଦୂଷଣକୁ ଆହୁରି ଅଧିକ ବୃଦ୍ଧି କରିବାକୁ କାହିଁକି ଚାହୁଁଛନ୍ତି? ଆମେ ଏହି ପ୍ରତିବନ୍ଧକକୁ ହଟାଇ ପାରିବୁ ନାହିଁ।
ଉଲ୍ଲେଖଯୋଗ୍ୟ, ମନୋଜ ତିୱାରୀ ତାଙ୍କ ଆବେଦନରେ ସୁପ୍ରିମକୋର୍ଟଙ୍କ ସେହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ସୁପ୍ରିମକୋର୍ଟ କହିଥିଲେ ଯେ, ଆସନ୍ତା ବର୍ଷ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ‌ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯିବ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସଂସ୍କୃତି ବିରୋଧୀ କହି ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ପିଟିସନ ଦାଖଲ କରିଥିଲେ ମନୋଜ। କିନ୍ତୁ ଏମ ଆର ଶାହାଙ୍କ ଖଣ୍ଡପୀଠ ଏହି ପିଟିସନ ଉପରେ ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ, ପ୍ରଦୁଷଣକୁ ନଜରରେ ରଖି ବାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇଯିବ ନାହିଁ।

ad-week
Leave A Reply

Your email address will not be published.