‘ଶିବସେନା ଉଦ୍ଧବ ବାଲାସାହେବ ଠାକରେ‘ ନାମ ସହ ଉଦ୍ଧବଙ୍କୁ ମିଳିଲା ମଶାଲ ଚିହ୍ନ

add-all

ମୁମ୍ବାଇ: ଅନ୍ଧେରୀ ଇଷ୍ଟ୍‌ ଆସନରେ ବିଧାନସଭା ଉପ-ନିର୍ବାଚନ ପାଇଁ ଉଦ୍ଧବଙ୍କ ଶିବସେନା ଦଳକୁ ମଶାଲ ଚିହ୍ନ ଦେଇଛନ୍ତି ନିର୍ବାଚନ ଆୟୋଗ । ଅନ୍ଧେରୀ ଇଷ୍ଟ୍‌ ଆସନ ‌ପାଇଁ ଆସନ୍ତା ମାସ ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ଶିବସେନାର ଦୁଇଗୋଷ୍ଠୀ ଉଦ୍ଧବ ଏବଂ ସିନ୍ଦେ ଦଳର ଧନୁତୀର ଚିହ୍ନ କିମ୍ବା ଦଳର ନାମକୁ ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଥିବା ବେଳେ ରବିବାର ଦିନ ଉଦ୍ଧବ ଗୋଷ୍ଠୀ ନୂଆ ଚିହ୍ନ ନେଇ ନିର୍ବାଚନ କମିସନ (ଇସି)କୁ ପ୍ରସ୍ତାବ ଦେଇଥିଲେ।

ଉଦ୍ଧବଙ୍କ ଗୋଷ୍ଠୀ ତ୍ରିଶୂଳ, ଉଦିତ ସୂର୍ଯ୍ୟ କିମ୍ବା ମଶାଲକୁ ଚିହ୍ନ ଭାବେ ବ୍ୟବହାର କରିବାକୁ ଚାହୁଥିବା ନେଇ ନିର୍ବାଚନ କମିସନଙ୍କୁ ଜଣାଇଥିଲେ। ଆଜି ୩ଟି ଚିହ୍ନ ମଧ୍ୟରୁ ନିର୍ବାଚନ କମିସନ ଉଦ୍ଧବଙ୍କ ଦଳକୁ ମଶାଲ ଚିହ୍ନକୁ ବିଧାନସଭା ଉପ-ନିର୍ବାଚନରେ ବ୍ୟବହାର କରିବାକୁ କହିଛନ୍ତି। ଅନ୍ୟପକ୍ଷରେ ଉଦ୍ଧବ ଠାକରେଙ୍କ ପାର୍ଟିର ନାମ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ହୋଇଥିବା ବେଳେ ଏକନାଥ ସିନ୍ଦେଙ୍କ ପାର୍ଟିର ନାଁ ବାଲାସାହେବଚି ଶିବସେନା ରଖାଯାଇଛି।

ହିନ୍ଦୀରେ ବାଲାସାହେବଚି ଶିବସେନାର ଅର୍ଥ ହେଲା ବାଲାସାହେବକି ଶିବସେନା। ତେବେ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଦଳକୁ ମଶାଲ ଚିହ୍ନ ଦିଆଯାଇଥିବା ନିର୍ବାଚନ ଆୟୋଗ ଏକନାଥ ସିନ୍ଦେଙ୍କ ବାଲାସାହେବ କି ଶିବସେନାଙ୍କୁ ଦଳୀୟ ଚିହ୍ନ ପାଇଁ ତିନୋଟି ବିକଳ୍ପ ମାଗିଛନ୍ତି।

ତେବେ ଶିବସେନା ପ୍ରଥମ ଥର ପାଇଁ ଦଳୀୟ ଚିହ୍ନ ବଦଳାଉ ନହିଁ। ଏହା ପୂର୍ବରୁ ୧୯୮୯ ଅକ୍ଟୋବର ୧ରେ ଧନୁତୀର ଚିହ୍ନ ପଞ୍ଜୀକୃତ ହେବା ପୂର୍ବରୁ ଶିବସେନା ନଡ଼ିଆ ଗଛ, ରେଳ ଇଞ୍ଜିନ, ଖଣ୍ଡା ଏବଂ ଢାଲ, ମଶାଲ, କପ୍‌ ପ୍ଲେଟକୁ ଚିହ୍ନ ଭାବେ ବ୍ୟବହାର କରିଥିଲା।

ad-week
Leave A Reply

Your email address will not be published.