ନିର୍ବାଚନ ଚିହ୍ନକୁ ନେଇ ପକ୍ଷପାତ ଅଭିଯୋଗ, ଇସିଙ୍କୁ ଚିଠି ଲେଖିଲେ ଉଦ୍ଧବ

add-all

ମୁମ୍ବାଇ: ଦଳୀୟ ଚିହ୍ନକୁ ନେଇ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀରେ ଜାରି ରହିଛି ବିବାଦ। ଏହାରି ଭିତରେ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏନେଇ ସେ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଜଣାଇଛନ୍ତି।

ରିପୋର୍ଟ ଅନୁଯାୟୀ, ଚିଠିରେ ଉଦ୍ଧବ ୧୨ଟି ପଏଣ୍ଟରେ ନିଜ ଅଭିଯୋଗ ରଖିଛନ୍ତି। ଏଥିସହ ସେ ନିର୍ବାଚନ ଆୟୋଗଙ୍କ ବିରୋଧରେ ଗୁରୁତର ଅଭିଯୋଗ ମଧ୍ୟ ଆଣିଛନ୍ତି। ଅନ୍ଧେରୀ ଇଷ୍ଟ ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ନିର୍ବାଚନ ଆୟୋଗ ଉଦ୍ଧବଙ୍କ ଦଳକୁ ନିର୍ବାଚନ ପ୍ରତୀକ ଭାବେ ‘ଜଳୁଥିବା ମଶାଲ’ ଚିହ୍ନ ପ୍ରଦାନ କରିଥିଲେ।

ଏହା ବ୍ୟତୀତ ତାଙ୍କ ଦଳର ନାମ ‘ଶିବସେନା- ଉଦ୍ଧବ ବାଲାସାହେବ ଠାକରେ’ ଦିଆଯାଇଥିଲା। ଏକନାଥ ସିନ୍ଦେଙ୍କ ଦଳକୁ ନିର୍ବାଚନ ପ୍ରତୀକ ଭାବେ ୨ଟି ଖଣ୍ଡା ଓ ଢ଼ାଲ ଚିହ୍ନ ବଣ୍ଟନ କରିଥିଲେ ଇସି। ଏଥିସହ ଦଳର ନାଁ ‘ବାଲାସାହେବାଂଚି ଶିବସେନା’ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ଉଦ୍ଧବଙ୍କ ଦଳ ନିର୍ବାଚନ ଆୟୋଗଙ୍କୁ ଲେଖିଥିବା ଚିଠିରେ ଅଭିଯୋଗ ହୋଇଛି ଯେ ସିନ୍ଦେ ଗୋଷ୍ଠୀ ତା’ର ତାଲିକା ଦାଖଲ କରିବା ପୂର୍ବରୁ ନିର୍ବାଚନ ଆୟୋଗ ୱେବସାଇଟରେ ଠାକରେଙ୍କ ଦଳର ନାମ ଏବଂ ପ୍ରତୀକକୁ ଅପଲୋଡ୍ କରିଦେଇଥିଲେ। ଯଦ୍ୱାରା ସିନ୍ଦେ ଗୋଷ୍ଠୀ ଏହାକୁ କପି କରି ନିଜର ପ୍ରତୀକ ବାବଦରେ ଆୟୋଗଙ୍କୁ ଜଣାଇଥିଲା। ଆଶ୍ଚର୍ଯ୍ୟର କଥା ଯେ ଶିବସେନା- ଉଦ୍ଧବ ବାଲାସାହେବ ଠାକରେ ଦଳକୁ ପ୍ରତୀକ ଚିହ୍ନ ଦିଆଯିବା ପରେ ଏହାକୁ ୱେବସାଇଟରୁ ହଟାଇ ଦିଆଯାଇଥିବା ଉଦ୍ଧବ ଗୋଷ୍ଠୀ ଅଭିଯୋଗ କରିଛି।

ad-week
Leave A Reply

Your email address will not be published.