ଲିଙ୍ଗାୟତ ମଠ ସାଧୁଙ୍କ ନାଁରେ ଆଉ ଏକ ମାମଲା, ଯୌନଶୋଷଣ ଅଭିଯୋଗ

add-all

ବେଙ୍ଗାଲୁରୁ: ପୁଣି ଏକ ନୂଆ ମାମଲାରେ ଫସିଲେ ଲିଙ୍ଗାୟତ ମଠର ପ୍ରମୁଖ ସନ୍ଥ ଶିବମୂର୍ତ୍ତି ମୁରୁଗା ଶରଣାରୁ। ତାଙ୍କ ବିରୋଧରେ ଯୌନଶୋଷଣର ଆଉ ଏକ ମାମଲା ରୁଜୁ ହୋଇଛି । ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଏହା ତାଙ୍କ ବିରୋଧରେ ଦ୍ୱିତୀୟ ପକ୍ସୋ ମାମଲା ରୁଜୁ ହୋଇଛି। ପୁଲିସ ଏନେଇ ସୂଚନା ଦେଇଛି।

ଆଶ୍ରମ ଦ୍ୱାରା ପରିଚାଳିତ ହଷ୍ଟେଲରେ ରହୁଥିବା ଜଣେ ନାବାଳିକା ଏହି ଲିଙ୍ଗାୟତ ମଠର ସାଧୁଙ୍କ ନାଁରେ ଯୌନ ଉତ୍ପୀଡନ ମାମଲା ରୁଜୁ କରିଛନ୍ତି। ମହନ୍ତଙ୍କ ବିରୋଧରେ ପ୍ରଥମ ମାମଲା ଅଗଷ୍ଟ ୨୫ ତାରିଖରେ ସାମ୍ନାକୁ ଆସିଥିଲା। ବାଲ୍ କଲ୍ୟାଣ ସମିତି ଶିବମୂର୍ତ୍ତୀଙ୍କ ବିରୋଧରେ ମହୀଶୁରର ନଜରାବାଦ ଥାନାରେ ମାମଲା ରୁଜୁ କରିଥିଲା।

ପୁଲିସର କହିବାନୁସାରେ, ଦୁଇ ନାବାଳିକା ମଠ ଦ୍ୱାରା ସଞ୍ଚାଳିତ ଶ୍ରୀ ଜଗଦଗୁରୁ ମୁରୁଗା ଶିକ୍ଷଣ ସଂସ୍ଥାନରେ ପାଠପଢୁଥୁଲେ। ସେହି ସମୟରେ ସେମାନେ ଯୌନ ଉତ୍ପୀଡନ ଶିକାର ହୋଇଥିଲେ। ଏନେଇ ସେମାନଙ୍କ ପରିବାର ସଦସ୍ୟ ମାମଲା ରୁଜୁ କରିଛନ୍ତି।

ad-week
Leave A Reply

Your email address will not be published.