ମଣିପୁରରେ ଲାଗୁ ହେବ ୪ ପିଲା ନୀତି

add-all

ଇମ୍ଫାଲ: ମଣିପୁରରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ ବଡ ଘୋଷଣା ହୋଇଛି। ଏହା ଅନୁଯାୟୀ ୪ରୁ ଅଧିକ ଛୁଆ ଜନ୍ମ କଲେ ପରିବାରକୁ ସରକାରୀ ଯୋଜନାରୁ ବାଦ୍ ଦିଆଯିବ। ମଣିପୁର କ୍ୟାବିନେଟ୍‌ ଏହା ଉପରେ ଏକ ଅଧ୍ୟାଦେଶ ଆଣିବ ବୋଲି ନିଷ୍ପତ୍ତି ନେଇଛି। ଗୁରୁବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ସଚିବାଳୟରେ ଏହି ସୂଚନା ଦେଇଛନ୍ତି।

କ୍ୟାବିନେଟ୍ ମଣିପୁର ଷ୍ଟେଟ୍ ପପ୍ୟୁଲେସନ କମିସନଙ୍କ ସମ୍ବିଧାନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସମ୍ବିଧାନକୁ ଏକ ଅଧ୍ୟାଦେଶ ଜରିଆରେ ଲାଗୁ କରାଯିବ। ନିୟମ ଲାଗୁ ହେଲେ ରାଜ୍ୟରେ ଜନତା ୪ରୁ ଅଧିକ ଛୁଆ ଜନ୍ମ କରିବା ମନା। ଯଦି ଅଧିକ ଛୁଆ ଜନ୍ମ କରନ୍ତି ତେବେ ସରକାରୀ ଯୋଜନାରୁ ଉକ୍ତ ପରିବାରକୁ ବାଦ୍ ଦିଆଯିବ। କ୍ୟାବିନେଟ୍ ବୈଠକ ପରେ ସ୍ଵାସ୍ଥ୍ୟ ଏବଂ ସୂଚନା ମନ୍ତ୍ରୀ ଡ. ସାପମ ରଞ୍ଜନ ସିଂହ ଜନସଂଖ୍ୟା ନୀତି ସହ ଲାଇନ୍ ପରମିଟ୍ ଉପରେ ସବିଶେଷ ସୂଚନା ଦେଇଛନ୍ତି। ଲାଇନ୍ ପରମିଟ୍ ସିଷ୍ଟମ ମଜବୁତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟକୁ ଆସୁଥିବା ସମସ୍ତ ଲୋକଙ୍କୁ ରହିବାର ସ୍ଥାନ ଜଣାଇବାକୁ ପଡିବ। ଏଥିରେ ମୋବାଇଲ୍ ନମ୍ବର ଦେବାକୁ ପଡିବ, ଯେଉଁଟା ଆଧାରକାର୍ଡ ସହ ଲିଙ୍କ ଥିବ। ଏହାକୁ ଲାଇନ୍ ପରମିଟ୍ କୁହାଯାଏ।

ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ଆଇଟି ବିଭାଗ ଏକ ସଫ୍ଟଓ୍ଵେୟାର ପ୍ରସ୍ତୁତ କରୁଛନ୍ତି। ଏହା ଜରିଆରେ ମଣିପୁର ଆସୁଥିବା ଲୋକଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ଉପରେ କଡା ନଜର ରଖାଯିବ। ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଏବଂ ମିଜୋରାମ ପରେ ମଣିପୁର ଦେଶର ଚତୁର୍ଥ ରାଜ୍ୟ ଯେଉଁଠି ଲାଇନ୍ ପରମିଟ୍‌ ବ୍ୟବସ୍ଥା ଲାଗୁ  ହେବାକୁ ଯାଉଛି। ମୂଳ ନିବାସୀଙ୍କ ଜନସଂଖ୍ୟା ସନ୍ତୁଳନ ସକାଶେ ଏମିତି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.