ବିଚାରାଧୀନ କଏଦୀଙ୍କ କଥା ସହାନୁଭୂତିପୂର୍ବକ ଚିନ୍ତା କରନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀ

add-all

ନୂଆଦିଲ୍ଲୀ: ବିଚାରାଧୀନ କଏଦୀଙ୍କ ବିଷୟରେ ସହାନୁଭୂତିପୂର୍ବକ ଚିନ୍ତା କରନ୍ତୁ ବୋଲି ଆଜି ‘ଅଖିଳ ଭାରତୀୟ ଆଇନ ମନ୍ତ୍ରୀ ଓ ଆଇନ ସଚିବଙ୍କ ସମ୍ମିଳନୀ’ର ଉଦ୍‌ଘାଟନୀ ଉତ୍ସବରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ସେ କହିଛନ୍ତି, ଆଇନ ବ୍ୟବସ୍ଥା ମାନବୀୟ ଆଭିମୁଖ୍ୟ ଗ୍ରହଣ କରି ସହାନୁଭୂତିପୂର୍ବକ ବିଚାରାଧୀନ କଏଦୀଙ୍କ କଥା ଭାବିବା ଉଚିତ। ଆଇନ ତିଆରି କରିବା ବେଳେ ଲୋକେ ବୁଝିପାରିବା ଭଳି ସରଳ ଭା‌ଷା ଉପରେ ଧ୍ୟାନ ଦିଆଯିବା ଉଚିତ।

ଆଞ୍ଚଳିକ ଭାଷାର ଗୁରୁତ୍ବ କଥା କହି ପ୍ରଧାନମନ୍ତ୍ରୀ କହିଛନ୍ତି, ତିଆରି ହେଉଥିବା ଆଇନ କେତେ କାଳ ବଳବତ୍ତର ରହିବ ତାହା ମଧ୍ୟ ନିର୍ଦ୍ଧାରଣ କରିବା ଲାଗି କେତେକ ଦେଶରେ ବ୍ୟବସ୍ଥା ଅଛି। ଆମେ ସେ ଦିଗରେ କାର୍ଯ୍ୟ କରିବା ଉଚିତ।

ad-week
Leave A Reply

Your email address will not be published.