‘ଯଦି ମୋ ଠାରୁ କେହି ବଡ଼ ନେତା ଅଛ କୁହ’ କହି ରାଗରେ ମଞ୍ଚ ଉପରେ ମାଇକ୍ରୋଫୋନ୍‌ ଫିଙ୍ଗି ଦେଲେ ଉତ୍ତର ପ୍ରଦେଶ ମନ୍ତ୍ରୀ

add-all

ମଊ: ଶନିବାର ଦିନ ମଊରେ ଦଳୀୟ କର୍ମୀମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ଉତ୍ତର ପ୍ରଦେଶ ମତ୍ସ୍ୟ ବିଭାଗ ମନ୍ତ୍ରୀ ସଞ୍ଜୟ ନିଷାଦ ରାଗ ସମ୍ଭାଳି ନ ପାରି ମାଇକ୍ରୋଫୋନ୍‌ଟିକୁ ମଞ୍ଚରେ ଫିଙ୍ଗି ଦେଇଛନ୍ତି।

ସମାରୋହରେ ଉପସ୍ଥିତ ଦଳୀୟ କର୍ମୀମ‌ାନେ ତାଙ୍କ ଭାଷଣ ପ୍ରତି ଧ୍ୟାନ ନ ଦେଇ ପରସ୍ପର ମଧ୍ୟରେ ଗପୁଥିବାରୁ ମନ୍ତ୍ରୀ କ୍ଷୁବ୍ଧହୋଇ ଏ କାମ କରିଥିବା କୁହାଯାଉଛି। ଧରିଥିବା ମାଇକ୍ରୋଫୋନ୍‌ ଫିଙ୍ଗିବା ଆଗରୁ ସେ କହିଥିଲେ, ଯଦି ମୋଠାରୁ କେହି ବଡ଼ ନେତା ଅଛ ତ କୁହ ନ ହେଲେ ଶୁଣ।
ଏହା ଦେଖି ଉପସ୍ଥିତ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ପୁଣି ବକ୍ତବ୍ୟ ଦେବା ପାଇଁ ବୁଝାଶୁଝା କରାଇଥିଲେ। ଅନୁରୋଧ ରକ୍ଷା କରି ମାଇକ୍ରୋଫୋନ୍‌ ଧରିବା ପରେ ସେ ଦଳୀୟ କର୍ମୀଙ୍କୁ ସମାଲୋଚନା କରି କହିଲେ, କେ‌ଡ଼େ ବଡ଼ ନେତା ଆପଣ? ପରବୁଦ୍ଧିରେ ଚାଲୁଛ ନା, ନଷ୍ଟ ହୋଇଯିବ।

ଦଳୀୟ କର୍ମୀମାନଙ୍କ ମଧ୍ୟରୁ ଜଣକୁ ଉଦ୍ଦେଶ୍ୟ କରି ନିଷାଦ୍‌ ଏ କଥା କହି ପୁଣି କହିଲେ, ଧୀରେନ୍ଦ୍ର, କ’ଣ ଚାହୁଁଛ? ପତନ?

ସେ ପୁଣି କହିଲେ, ମୁଁ ମଞ୍ଚରେ କହୁଛି। ଯଦି ଶୁଣିବାକୁ ଚାହୁଁଛ, ଶୁଣ। ଗପରେ ମାତିଛ କାହିଁକି? ପରେ ଆପଣମାନେ ବିତର୍କ କରିପାରିବେ। ପ୍ରଥମେ କଥା କ’ଣ ବୁଝ। ଭୁଲ୍‌କ୍ରମେ ବନ୍ୟା ପ୍ରପୀଡ଼ିତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଠାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଅନୁଚିତ। ଏ କଥା ମୁଁ ସମ୍ବାଦିକମାନଙ୍କୁ ବୁଝାଇ ଦେଇଛି।

ad-week
Leave A Reply

Your email address will not be published.