ସଲମାନ୍‌ ଖାନ ନିଶା ନିଅନ୍ତି, ଆମୀର ଖାନ୍‌ଙ୍କ କଥା ଭଗବାନ ଜାଣନ୍ତି: ରାମଦେବ

add-all

ଲକ୍ଷ୍ନୌ: ନିଶା କାରବାର ଏବଂ ନିଶା ସେବନକୁ ନେଇ ଯୋଗ ଗୁରୁ ରାମଦେବ ବଲିଉଡ୍‌ର ଫିଲ୍ମ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କରିଛନ୍ତି। ୟୁପିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାମଦେବ ବିବାଦୀୟ ବୟାନ ଦେଇଛନ୍ତି। ସିନେମା ଅଭିନେତାମାନେ ନିଶା ସେବନ କରନ୍ତି। ଖାଲି ସେତିକି ନୁହଁ ତାଙ୍କ ପିଲାମାନେ ମଧ୍ୟ ସମାନ କାମ କରନ୍ତି। କିଙ୍ଗ ଖାନ୍‌ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍‌ ନିଶା ସେବନ ବେଳେ ଏନସିବି ହାତରେ ଧରାପଡ଼ିଥିଲେ। ସେ ବି ଜେଲ ଯାଇଛନ୍ତି। ସଲମାନ୍‌ ଖାନ୍ ମଧ୍ୟ ଜଣେ ନିଶାଖୋର ବ୍ୟକ୍ତି। କିନ୍ତୁ ଅମୀର ଖାନ୍‌ଙ୍କ କଥା କହି ପାରିବିନି। ତାଙ୍କ କଥା ଭଗବାନ ନିଜେ ଜାଣିଥିବେ ବୋଲି କଟାକ୍ଷ କରି କହିଛନ୍ତି ରାମଦେବ।
ଉତ୍ତରପ୍ରଦେଶରେ ନିଶା ନିବାରଣ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋରଦାବାଦ ସମ୍ମିଳନୀରେ ଏହା କହିଛନ୍ତି ରାମଦେବ। ସେ ଆହୁରି କହିଛନ୍ତି ଯେ, କିଏ ଜାଣେ କେତେ ଷ୍ଟାର ନିଶା ନିଅନ୍ତି। ଏମିତିକି ଅଭିନେତ୍ରୀମାନେ କିଛି କମ ନୁହନ୍ତି। ସେମାନେ ଆହୁରି ଖରାପ। ଉଭୟ ରାଜନୀତି ଓ ବଲିଉଡରେ ନିଶା ରହିଛି ବୋଲି ରାମଦେବ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ନିର୍ବାଚନ ବେଳେ ମଦ ବଣ୍ଟା ଯାଏ।
ଆମକୁ ପ୍ରତିଜ୍ଞା କରିବାକୁ ହେବ ଯେ, ଭାରତ ନିଶା ଜାଲରୁ ମୁକ୍ତ ହେବା ଉଚିତ। ଏଥିପାଇଁ ଆମେ ଏକ ଆନ୍ଦୋଳନ ଆରମ୍ଭ କରିବୁ। ଗତ ବର୍ଷ ଡ୍ରଗ୍ସ ଅନ୍ କ୍ରୁଜ୍ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ ହୋଇଥିଲେ। ପ୍ରମାଣ ତାଙ୍କୁ ଚାର୍ଜସିଟରୁ ମୁକ୍ତ କରାଯାଇଥିଲା। ୨୦ ଦିନ ଜେଲରେ ରହିବା ପରେ ସେ ଜାମିନରେ ଆସିଥିଲେ। ୨୦୨୦ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ-ଡ୍ରଗ୍ କାରବାର ସମ୍ପର୍କରେ ଅନେକ କଳାକାରଙ୍କୁ ଜେରା କରାଯାଇଥିଲା।

ad-week
Leave A Reply

Your email address will not be published.