ପ୍ରଥମେ ଶାହାରୁଖଙ୍କୁ ବ୍ରାଣ୍ଡ ଆମ୍ବାସାଡର ପଦରୁ ହଟାଅ; ଗାଙ୍ଗୁଲିଙ୍କୁ ସମର୍ଥନ କରିବାରୁ ଦିଦିଙ୍କୁ କହିଲେ ଶୁଭେନ୍ଦୁ ଅଧିକାରୀ

add-all

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସୋମବାର ସେ ଗାଙ୍ଗୁଲିଙ୍କୁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ପଠାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି। ତାଙ୍କର ଏଭଳି ନିବେଦନ ପରେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀ ଦିଦିଙ୍କୁ ଟାର୍ଗେଟ କରିଥିବା ଦେଖାଯାଇଛି।
ସେ କହିଛନ୍ତି ଯେ, ଯଦି ଗାଙ୍ଗୁଲିଙ୍କୁ ଗୁୁରୁତ୍ବପୂର୍ଣ୍ଣ ପଦବୀ ମିଳୁ ବୋଲି ମମତା ବାନାର୍ଜୀ ଚାହୁଁଛନ୍ତି, ତେବେ ପ୍ରଥମେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ରାଜ୍ୟର ବ୍ରାଣ୍ଡ ଆମ୍ବାସାଡର ପଦରୁ ହଟାନ୍ତୁ। ସେ କହିଛନ୍ତି ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶାହାରୁଖଙ୍କୁ ରାଜ୍ୟର ବ୍ରାଣ୍ଡ ଆମ୍ବାସାଡର ପଦରୁ ହଟାଇ ସୌରଭ ଗାଙ୍ଗୁଲିଙ୍କୁ ବ୍ରାଣ୍ଡ ଆମ୍ବାସାଡର କରିବା ଉଚିତ୍। ଯଦି ସେ ପ୍ରକୃତରେ ସୌରଭ ଗାଙ୍ଗୁଲିଙ୍କ ଭୂମିକାକୁ ବଢ଼ାଇବାକୁ ଚାହୁଁଛନ୍ତି, ତେବେ ସେ ପ୍ରଥମେ ଏହି ପଦକ୍ଷେପ ନେବା ଉଚିତ୍। ଅଧିକାରୀ କହିଛନ୍ତି ଯେ, କ୍ରୀଡ଼ାକୁ ନେଇ ରାଜନୀତି କରିବା ଉଚିତ ନୁହେଁ। ପ୍ରଧାନମନ୍ତ୍ରୀ ଏହି ସବୁ ଜିନିଷଠାରୁ ଦୂରେଇ ରୁହନ୍ତି।
ଉତ୍ତର ପଶ୍ଚିମବଙ୍ଗ ଯିବା ପୂର୍ବରୁ କୋଲକାତା ବିମାନବନ୍ଦରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ମମତା କହିଥିଲେ ଯେ, ମୁଁ ଜାଣିପାରୁ ନାହିଁ କି ଅମିତ ଶାହାଙ୍କ ପୁଅ ଜୟ ଶାହଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା ବେଳେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ କାହିଁକି ବୃଦ୍ଧି ହେଲାନାହିଁ। ଏହା ପଛରେ ଉଦ୍ଦେଶ୍ୟ କ’ଣ? ଆମେ ଜାଣିବାକୁ ଚାହୁଁ। କେବଳ ଗୋଟିଏ ଉପାୟରେ ହିଁ ଏହାର କ୍ଷତିପୂରଣ ହୋଇପାରିବ। ଏଥିପାଇଁ ସୌରଭ ଗାଙ୍ଗୁଲିଙ୍କୁ ଆଇସିସିକୁ ପଠାଇବାକୁ ପଡ଼ିବ। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏନେଇ ଅପିଲ କରୁଛି। ଗାଙ୍ଗୁଲିଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରୁ ବଞ୍ଚିତ କରାଯାଉଛି। ଆମେ ତାଙ୍କ ପାଇଁ ଗର୍ବିତ।

ad-week
Leave A Reply

Your email address will not be published.