କେଦାରନାଥ ଯାଉଥିବା ହେଲିକପ୍ଟର କ୍ରାଶ୍‌, ୬ ମୃତ

add-all

ଡେରାଡୁନ: ଉତ୍ତରାଖଣ୍ଡରେ ବଡ ଦୁର୍ଘଟଣା। କେଦାରନାଥ ଯାଉଥିବା ଏକ ହେଲିକପ୍ଟର କ୍ରାଶ୍ ହୋଇଛି। କେଦାରନାଥ ଠାରୁ ୯ କିଲୋମିଟର ଦୂର ଗରୁଡଚଟ୍ଟୀରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି।

ମୃତକଙ୍କ ମଧ୍ୟରେ ୪ ଯାତ୍ରୀଙ୍କ ସମେତ ୨ଜଣ ପାଇଲଟ୍ ଅଛନ୍ତି। ବର୍ଷା ଓ କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏନେଇ ଡିଜିସିଏ ସୂଚନା ଦେଇଛି। ଦୁର୍ଘଟଣା ଖବର ପାଇବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି।
ଏହି ଯାତ୍ରୀବାହୀ ହେଲିକପ୍ଟରଟି ଗୁପ୍ତକାଶୀରୁ ଉଡାଣ ଭରିଥିଲା। କେଦାରଘାଟି ଆଡକୁ ହେଲିକପ୍ଟରଟି ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ad-week
Leave A Reply

Your email address will not be published.