ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ହିଞ୍ଜିଳିକାଟୁରେ ରକ୍ତଦାନ ଶିବିର ଅନୁଷ୍ଠିତ

add-all

ହିଞ୍ଜିଳିକାଟୁ ୧୮/୧୦/୨୨;ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ’ଙ୍କ ୭୭’ ତମ ଜନ୍ମଦିନ ଉପଲକ୍ଷେ ବିଜୁ ଜନତା ଦଳ ପକ୍ଷରୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଏହି ମହତ ରକ୍ତଦାନ କାର୍ଯ୍ୟକ୍ରମ ହିଞ୍ଜିଳିକାଟୁ ପୌରପରିଷଦ ନଗର ଵିଜେଡି ସଭାପତି ଭୀମସେନ ଵେହେରା ଙ୍କ ତତ୍ବାବଧାନରେ ପୌରପରିଷଦ ଓ ହିଞ୍ଜିଳିକାଟୁ ବ୍ଳକ ର ମିଳିତ ଭାବେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଜିବନ ବିନ୍ଦୁ ସଂଯୋଜକ ତଥା ରାଜ୍ୟ ବିଜେଡି ସଂପାଦକ ସୁବାସ ଚନ୍ଦ୍ର ମହାରଣା, ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଶୁଭ ଉଦଘାଟନ କରିବା ସହ ରକ୍ତଦାନ ଭଳି ମହତ କାର୍ଯ୍ୟ କ୍ରମରେ ଉତ୍ସର୍ଗୀକୃତ ମନୋଭାବ ରଖିଥିବା ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ତଥା ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ ଓ ସୁସ୍ଥ ସ୍ବାସ୍ଥ୍ୟ ନେଇ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବା ସହ ଜଗନ୍ନାଥ ମହାପ୍ରଭୁ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀଙ୍କ ପାଇଁ ଅଧିକ ସେବାପାଇଁ ଶକ୍ତି ଓ ଧୈର୍ଯ୍ୟ ଦିଅନ୍ତୁ ଵୋଲି ମତବ୍ୟକ୍ତ କରିଥିଲେ। ଏହି ରକ୍ତଦାନ ଶିବିରରେ ମୋଟ ୨୫୧ ୟୁନିଟ ରକ୍ତଦାତା ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ।ଵ୍ରହ୍ମପୁର ରକ୍ତ ଭଣ୍ଡାର ସୁଶାନ୍ତ କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ରକ୍ତଭଣ୍ଡାର କର୍ମଚାରୀ ଙ୍କ ଦ୍ୱାରା ରକ୍ତ ସଂଗୃହୀତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ମୁନିସୀପାଲଟି ନୁତନ ଭାବେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ମନୋନୀତ ହୋଇଥିବା ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ସଂଗଠକ ଅଜୟ କୁମାର ମହାରଣା, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା,ହିଞ୍ଜିଳିକାଟୁ ଯୁବ ନଗର ଵିଜେଡି ସଭାପତି ସଂଜୟ କୁମାର ପଣ୍ଡା, ହିଞ୍ଜିଳିକାଟୁ ବ୍ଲକ ଅଧ୍ୟକ୍ଷ ସରସ୍ୱତୀ ସେଠୀ, ହିଞ୍ଜିଳିକାଟୁ ବ୍ଲକ ଵିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ହିଞ୍ଜିଳିକାଟୁ ବ୍ଲକ ଯୁଵ ବିଜେଡି ସଭାପତି ମନୋଜ କୁମାର ସାବତ, ହିଞ୍ଜିଳିକାଟୁ ବ୍ଲକ ୬୭ ଜୋନର ଜିଲ୍ଲା ପରିଷଦ ସଭ୍ୟା ବାଇ ଗୀତାଞ୍ଜଳି, ୬୮ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, ହିଞ୍ଜିଳିକାଟୁ ବ୍ଲକ ୬୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ପ୍ରିତି ସାହୁ ଙ୍କ ସମେତ ହିଞ୍ଜିଳିକାଟୁ ପୌରପରିଷଦ ର ସମସ୍ତ କାଉନସିଲର, ନେତା ଓ ବ୍ଲକ ର ସମସ୍ତ ଜନପ୍ରତିନିଧି ଙ୍କ ସହ ଯୃବ ବିଜେଡି କର୍ମୀ ଓ ନେତା ସହଯୋଗ କରିଥିଲେ। ବିଶିଷ୍ଟ ବିଜେଡି ନେତା ନୀଳମଣି ପଟ୍ଟନାୟକ ଏହି ରକ୍ତଦାନ ଶିବିରକୁ ସମସ୍ତ ଅତିଥିବୃନ୍ଦ,ଦଳୀୟ କର୍ମୀ,ରକ୍ତଦାତା ଉପସ୍ଥିତ ରହି ଅକୁଣ୍ଠ ସହଯୋଗ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ

ad-week
Leave A Reply

Your email address will not be published.