ମଲ୍କିକାର୍ଜୁନ ଖଡଗେ କଂଗ୍ରେସର ନୂଆ ଅଧ୍ୟକ୍ଷ

add-all

ନୂଆଦିଲ୍ଲୀ: ମଲ୍ଲିକାର୍ଜୁନଙ୍କ କାନ୍ଧରେ କଂଗ୍ରେସ କମାଣ । ୨୪ ବର୍ଷ ପରେ ଦେଶର ସର୍ବପୁରାତନ ଦଳର ନେତୃତ୍ୱ ନେବେ ଜଣେ ଅଣଗାନ୍ଧୀ ତଥା ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ।

ଗତ ୧୭ ତାରିଖରେ ହୋଇଥିବା କଂଗ୍ରେସ ସଭାପତି ନିର୍ବାଚନର ଫଳାଫଳ ଆଜି ଆସିଥିବା ବେଳେ ବାଜି ମାରିନେଇଛନ୍ତି ମଲ୍ଲିକାର୍ଜୁନ ଖଡଗେ। ତାଙ୍କୁ ମିଳିଛି ୭ ହଜାର ୮୯୭ ଭୋଟ୍। ସେହିପରି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶଶୀ ଥରୁରଙ୍କୁ ମିଳିଛି ମାତ୍ର ୧୦୭୨ ଭୋଟ୍। ଫଳରେ ମଲ୍ଲିକାର୍ଜୁନ୍ କଂଗ୍ରେସର ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି  ଏହି ନିର୍ବାଚନରେ ମୋଟ ୯୫୦୦ ରୁ କିଛି ଅଧିକ ଡେଲିଗେଟ ଭୋଟ ଦେଇଥିଲେ।

ଏହି ନିର୍ବାଚନରେ ପରାସ୍ତ ହୋଇଥିବା ତାଙ୍କ ପ୍ରତିଦ୍ୱନ୍ଦ୍ୱି ଶଶୀ ଥରୁର ଖଡଗେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍‌ କରି ଶଶୀ ଲେଖିଛନ୍ତି, ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ‌ ହେବା ବଡ଼ ସମ୍ମାନ ଓ ଗୁରୁ ଦାୟିତ୍ବ କଥା। ସେ କାର୍ଯ୍ୟ ତୁଲାଇବାରେ ଖ‌ଡ଼ଗେ ସଫଳ ହୁଅନ୍ତୁ। ହଜାରରୁ ଊର୍ଦ୍ଧ୍ବ ସହକର୍ମୀଙ୍କ ସମର୍ଥନ ପାଇଥିବାରୁ ଆନନ୍ଦିତ।

୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାର ବାହାରୁ ଜଣେ ନେତା କଂଗ୍ରେସର ନେତୃତ୍ୱ ନେବେ। ତାଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି। ଏହାପୂର୍ବରୁ ସୀତାରାମ କେସରୀ ଅଣଗାନ୍ଧୀ ନେତା ଭାବେ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ।

ad-week
Leave A Reply

Your email address will not be published.