ମୁଁ ନିଶ୍ଚିତ ଯେ ତାଙ୍କ ମନ‌ରେ ଆଘାତ ଲାଗିଛି; ଗାଙ୍ଗୁଲିଙ୍କ ବିସିସିଆଇ ସଭାପତି ପଦ ଯିବା ପରେ ଏଭଳି କହିଲେ ଦିଦି

add-all

କୋଲକାତା: ପୁଣି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ କଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିସିସିଆଇ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ନବଢ଼ାଇ ସଭାପତି ଭାବେ ୧୯୮୩ ଦିନିକିଆ କ୍ରିକେଟ ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ଅଲ୍‌ରାଉଣ୍ଡର ତଥା ସେହି ବିଶ୍ବକପ୍‌ର ସର୍ବାଧିକ ୱିକେଟ (୧୮) ହାସଲକାରୀ ମଧ୍ୟମଗତି ବୋଲର ରୋଜର ବିନ୍ନିଙ୍କୁ ବିସିସିଆଇ ସଭାପତି କରିଛି। ଏଭଳି ହେବା ପରେ ଆଜି ମମତା ବାନାର୍ଜୀ ଗାଙ୍ଗୁଲିଙ୍କୁ ସମର୍ଥନ କରି ନିଜର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ, ଗାଙ୍ଗୁଲିଙ୍କୁ ଆଇସିସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କାହିଁକି ଅନୁମତି ଦିଆଗଲା ନାହିଁ? ସେମାନେ ଏହି ପଦବୀକୁ ଖାଲି ରଖିଛନ୍ତି ଯାହା ଦ୍ବାରା କେହି ଏହି ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ସୌରଭ ଗାଙ୍ଗୁଲିଙ୍କ ପ୍ରତି ଅନ୍ୟାୟ ହୋଇଛି। ସେ ସାରା ବିଶ୍ୱରେ ଜଣାଶୁଣା। ସୌରଭ ଯୋଗ୍ୟ ଥିଲେ। ସେ ଦେଶକୁ ଆହୁରି ଗର୍ବିତ କରିଥାନ୍ତେ। ତାଙ୍କୁ ଏଥିରୁ ବଞ୍ଚିତ ରଖିବାର କାରଣ କ’ଣ? ଏହି ପଦ ଅନ୍ୟ କାହା ପାଇଁ ରଖାଯାଉଛି। ମୁଁ ଏହାର କାରଣ ଜାଣିବାକୁ ଚାହେଁ। ଯଦି ସଚିନ ତେନ୍ଦୁଲକର ଗାଙ୍ଗୁଲିଙ୍କ ସ୍ଥାନରେ ଥାନ୍ତେ, ତେବେ ମଧ୍ୟ ମୁଁ ତାଙ୍କୁ ସମର୍ଥନ କରିଥା’ନ୍ତି। ସେ ଜଣେ ଭଦ୍ର ବ୍ୟକ୍ତି ହୋଇଥିବାରୁ କିଛି କହୁ ନାହାଁନ୍ତି। କିନ୍ତୁ ମୁଁ ନିଶ୍ଚିତ ଯେ, ତାଙ୍କ ମନରେ ଆଘାତ ଲାଗିଛି।

ଏହା ପୂର୍ବରୁ ଦିଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପିଲ କରି କହିଥିଲେ ଯେ, ମୁଁ ଜାଣିପାରୁ ନାହିଁ କି ଅମିତ ଶାହାଙ୍କ ପୁଅ ଜୟ ଶାହଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା ବେଳେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ କାହିଁକି ବୃଦ୍ଧି ହେଲାନାହିଁ। ଏହା ପଛରେ ଉଦ୍ଦେଶ୍ୟ କ’ଣ? ଆମେ ଜାଣିବାକୁ ଚାହୁଁ। କେବଳ ଗୋଟିଏ ଉପାୟରେ ହିଁ ଏହାର କ୍ଷତିପୂରଣ ହୋଇପାରିବ। ଏଥିପାଇଁ ସୌରଭ ଗାଙ୍ଗୁଲିଙ୍କୁ ଆଇସିସିକୁ ପଠାଇବାକୁ ପଡ଼ିବ। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏ ନେଇ ଅପିଲ କରୁଛି। ଗାଙ୍ଗୁଲିଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରୁ ବଞ୍ଚିତ କରାଯାଉଛି। ଆମେ ତାଙ୍କ ପାଇଁ ଗର୍ବିତ।

ad-week
Leave A Reply

Your email address will not be published.