ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କବାଡି ପ୍ରତି ଯୋଗିତାକୁ ଉଦ୍ଘାଟନ କଲେ ମନ୍ତ୍ରୀ ଜଗନ୍ନାଥ ସାରକା…

add-all

ମାଲକାନଗିରି : ରାଜ୍ୟ ସ୍ତରୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କବାଡି ପ୍ରତି ଯୋଗିତାକୁ ଉଦ୍ଘାଟନ କଲେ ମନ୍ତ୍ରୀ ଜଗନ୍ନାଥ ସାରକା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଇର୍ମା ମାଡକାମି, ସମନ୍ୱିତ ଆଦିବାସୀ ବିକାଶ ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଦୁ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲୋ ଏଥିରେ ମୋଟ ୧୫ଟି ମହିଳା ଦଳ ଅଂଶଗ୍ରହଣ କରିଥିଲୋ ଏହି କ୍ରୀଡା ପରିଚାଳନା କରିବା ପାଇଁ ବିଭିନ୍ନ ଜିଲ୍ଲାରୁ ଆସିଥିବା କ୍ରୀଡା ଶିକ୍ଷକଙ୍କ ସହ ମାଲକାନଗିରି ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାନେ କ୍ରୀଡା ପରିଚାଳନା କରିଥିଲୋ ଏହା ଦୁଇଦିନ ଧରି ଚାଲିବା ଘାସ ଏବଂ ଅପରିସ୍କାର ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ଟେଣ୍ଟ ବ୍ୟବସ୍ଥା କରା ଯାଇ ନଥିବାରୁ ଭିଷଣ ଖରାରେ ସେମାନଙ୍କୁ ଦୀର୍ଘ ସମୟ ଧରି ବସିବାକୁ ପଡିଥିଲ।। ଯାହାଦ୍ୱାରା ଗଣ ମାଧ୍ୟମ ପ୍ରତିନିଧି ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ad-week
Leave A Reply

Your email address will not be published.