ଅନ୍ତର୍ଜାତୀୟ ଧଳାବାଡି ସପ୍ତାହ ପାଳନ

add-all

ହିଞ୍ଜିଳିକାଟୁ ୨୧।୧୦ : ହିଞ୍ଜିଳିକାକୁ ପୌରପାଳିକା ଓ ଉତ୍କଳ ଦୃଷ୍ଟିହୀନ ସେବା ପରିଷଦ ବ୍ରହ୍ମପୁର ମିଳିତ ସହଯୋଗରେ ଅନ୍ତର୍ଜାତୀୟ ଧଳାବାଡି ସପ୍ତାହ ପାଳନ ହୋଇଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଶୁକ୍ରବାର ପୌରପାଳିକା ଅଧ୍ୟକ୍ଷ ସୁଵାସ ପଲେଈ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ହିଞ୍ଜିଳିକାଟୁ ପୌରପରିଷଦ ପୂର୍ବତନ ଉପାଧ୍ୟକ୍ଷ ତଥା ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଊତ୍କଳ ଦୃଷ୍ଟିହୀନ ସେବା ପରିଷଦ ସଭାପତି ପଚାଂନନ ନାହାକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦୃଷ୍ଟିହୀନ ମାନଙ୍କୂ ଵେସରକାରୀ ବସରେ ରିହାତି, ବେଲପ୍ରେସ କମ୍ପ୍ୟୁଟର କରଣ, ବହିପ୍ରିଣ୍ଟ, ଭିନ୍ନକ୍ଷମ ସନ୍ତାନ ମାନଙ୍କ ପ୍ରତି ସରକାରୀ ସହାୟତା ପ୍ରଦାନ ବ୍ଯବସ୍ଥା କରିଵା ପାଇଁ ପରିଷର ର ସମ୍ପାଦକ ସନ୍ତୋଷ କୁମାର ସ୍ବାଇଁ ଵିବରଣି ପାଠ କରିଥିଲେ। ଏହି ଅବସରରେ ଅତିଥି ବୃନ୍ଦ ୬୮ ଜଣ ଦୃଷ୍ଟିହୀନ ଙ୍କୁ ବିଦ୍ଧତ ଧଳାବାଡି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ସଚେତନତା କରେଇବା ମୁଖ୍ୟ ଉଦ୍ଦେଶ୍ୟ ରହିଛି । । ଏହି ଅବସରରେ ସର୍ବ ଶେଷରେ ଡି ଏସ ଏ ଓ କଲ୍ୟାଣୀ ଦାସ ଓ କେ କ୍ଷେତ୍ରବାସୀ ଙ୍କ ଆବାହ କ୍ରମେ ଏକ ସଚେତନତା ରାଲି କରି ଶତାଧିକ ଦୃଷ୍ଟିବାଦ୍ଧିତ ଭାଇଭଉଣି ବିଦ୍ଧତ ଧଳାବାଡି ଧରି ଜନସଚେତନତା ନିମନ୍ତେ ହିଞ୍ଜିଳିକାଟୁ ସହର ପରିକ୍ରମା କରିଥିଲେ । ଏଥିରେ ହିଞ୍ଜିଳିକାଟୁ ପୌରପରିଷଦ ଯନ୍ତ୍ରୀ ମାନସ ରଞ୍ଜନ ଦାସ, ହିଞ୍ଜିଳି ଥାନା ଏସ ଆଇ ରୋଜାଲିନ ନାୟକ ଙ୍କ ସହ ସମସ୍ତ ପୌରକର୍ମଚାରୀ ଓ ହିଞ୍ଜିଳିକାଟୁ ଥାନା କର୍ମଚାରୀ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.