ମାତିଛନ୍ତି ଲୁଟେରା : ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ରାସ୍ତାରୁ ଶିକ୍ଷକଙ୍କଠୁ ଝାମ୍ପିନେଲେ ମୋବାଇଲ ଫୋନ

add-all

ହିଞ୍ଜିଳିକାଟୁ ୨୧।୧୦ ଦିନ ଦ୍ୱିପ୍ରହରରେ ଜନଗହଳି ରାସ୍ତାରୁ ଝାମ୍ପିନେଲେ ମୋବାଇଲ ଫୋନ । ଦଶହରା ପର୍ବ ଶେଷ ହେଉ ହେଉ ହିଞ୍ଜିଳିକାଟୁ ସହରରେ ମାତିଛନ୍ତି ଲୁଟେରା ।ଶୁକ୍ରବାର ଲୁଟେରା ମାନେ ଜଣେ ଶିକ୍ଷକଙ୍କ ପକେଟ ରୁ ମୋବାଇଲ ଫୋନ ଝାମ୍ପି ନେଇଛନ୍ତି। ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ରାଜାସାହି ରେ ଚାଲି ଆସୁଥିବା ଶିକ୍ଷକ ଙ୍କଠାରୁ ଦୁର୍ବୁତ୍ତ ମାନେ ଏହି ଲୁଟ କରିଛନ୍ତି।

ଶୁକ୍ରବାର ଦିନ ପ୍ରାୟ ୧୦ ଟା ସମୟରେ ଓମ ଶ୍ରୀ ଇଣ୍ଟରନେସନାଲ ସ୍କୁଲର ଶିକ୍ଷକ ବଳରାମ ସାହୁ ୫୨ ସ୍କୁଲ ଯିବା ସମୟରେ ରଜା ସାହି ମଧ୍ୟ ରାସ୍ତାରେ ହଠାତ ଦୁଇ ଜଣ ଯୁବକ ବାଇକ ରେ ଆସି ପଡିଗଲା ଭଳି ଅଭିନୟ କରିଥିଲେ। ଶିକ୍ଷକ ଜଣକ ମାନବିକତା ଦେଖାଈ ଗାଡିଟିକୁ ଉଠାଇବା ବେଳେ ଶିକ୍ଷକ ଙ୍କ ପକେଟରୁ ମୋବାଇଲ ଫୋନ ଝାମ୍ପି ଆଖିପିଛୁଳାକେ ଫେରାର ହୋଇଯାଇଥିଲେ। ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଥିଲା।

ad-week
Leave A Reply

Your email address will not be published.