ଘରେ ପଶି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଅଭିଯୋଗ 

add-all

ବୁଗୁଡା (୨୧/୧୦) ବୁଗୁଡା ଥାନା ଅନ୍ତର୍ଗତ ବେତାରସିଂ ଗାଁ ଧୋବା ସାହିର ଚନ୍ଦନ ସେଠୀ ନାମକ ଜନୈକ ବ୍ୟକ୍ତିଙ୍କ ଘରୁ ଗୁରୁବାର ରାତିପ୍ରାୟ ଏକ ଘଟିକା ସମୟରେ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଆଜି ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ , ବେତାରସିଂ ଗ୍ରାମର ଚନ୍ଦନ ଓ ତାଙ୍କ ପରିବାର ଗୁରୁବାର ରାତିରେ ଶୋଇଥିଲା ବେଳେ ପ୍ରାୟ ଏକ ଘଣ୍ଟ ସମୟରେ ତାଙ୍କର ଘର ବାରିପଟ ଗ୍ରିଲ ଭାଙ୍ଗି କିଛି ଦୁର୍ବୃତ୍ତ ଘର ଭିତରକୁ ପଶି ଏକ କାଠ ପେଢି ଭାଙ୍ଗି ସେଥିରେ ଥିବା ପ୍ରାୟ ଆଠ ତୋଳା ସୁନା ଅଳଙ୍କାର ଚୋରି କରିଥିବା ଜଣାପଡିଛି । ଶୁକ୍ରବାର ଦିନ ଭୋରରୁ ପରିବାର ଲୋକେ ଉଠି ଦେଖିଲା ବେଳକୁ ପେଢିରେ ଥିବା ସୁନା ଅଳଙ୍କାର ଆଉ କିଛି ନାହିଁ। ତା’ପରେ ଏ ନେଇ ଚନ୍ଦନ ବୁଗୁଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନା ରେ ମାମଲା ପଂଜିକରଣ ହୋଇ ନଥିବା ଜଣାଯାଇଛି। ପ୍ରକାଶ ଯେ, ସେହି ଗୁରୁବାର ରାତିରେ ହିଁ ଦୁର୍ବୃତ୍ତମାନେ ଆଉ ଦୁଇ ଜଣଙ୍କ ଘରେ ପଶି ଚୋରି କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି। ତେଣୁ ବେତାରସିଂ ଗ୍ରାମରେ ପୁଣି ଚୋରମାନେ ଆତଙ୍କ ସୃଷ୍ଟି କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.