ମଝି ରାସ୍ତାରେ ବସ୍‌କୁ ପିଟିଲା ଟ୍ରକ୍, ୧୪ ମୃତ

add-all

ଭୋପାଳ୨୨/୧୦: ମଧ୍ୟପ୍ରଦେଶରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଟ୍ରକ୍ ଧକ୍କା ଯୋଗୁଁ ୧୪ ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ଶନିବାର ୧୦:୩୦ ରୁ ୧୧:୦୦ ମଧ୍ୟରେ ହୋଇଥିଲା । ରିବାର ସୁହାଗୀ ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍ ହ୍ରାଇଦ୍ରାବାଦରୁ ଗୋରଖପୁର ଯାଉଥିଲା। ଅଧିକାଂଶ ଯାତ୍ରୀ ଉତ୍ତରପ୍ରଦେଶର ଥିବାବେଳେ, ବିହାର, ନେପାଳର କିଛି ଯାତ୍ରୀ ମଧ୍ୟ ଥିଲେ।

କୁହାଯାଉଛି ଯେ ବସ୍‌ରେ ୧୦୦ରୁ ଅଧିକ ଯାତ୍ରୀଥିଲେ। ଏହି ଦର୍ଘଟଣାରେ ୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ଆହତଙ୍କର ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବ୍ରେକ୍ ଫେଲ୍ କାରଣରୁ ଏହି ଦୁର୍ଘଟଣା ଘଟିଛି। ପୋଲିସ୍ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିଲା। ସେପଟେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁଃଖପ୍ରକାଶ କରିଛନ୍ତି। ଏହି ବସ୍ ହାଇଦ୍ରାବାଦରୁ ଲକ୍ଷ୍ନୌ ଯାଉଥିଲା।

ad-week
Leave A Reply

Your email address will not be published.